ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଫଲୋ କଲେ, ଲୁଟି ନେଲେ ଲକ୍ଷାଧିକ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 16, 2022

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଫଲୋ କଲେ, ଲୁଟି ନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର (ବିଦ୍ୟାଧର ବରାଳ): ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଟଙ୍କା ଲୁଟ୍‌। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ।

ଏହି ଥାନା ଅଧୀନ ପରମହଂସ ଛକ ନିକଟରେ ଥିବା ମାଆ ଫୁଏଲସ’ର ମ୍ୟାନେଜର ସଞ୍ଜୟ କୁମାର ସାହୁ ଏକ ଏୟାର ବ୍ୟାଗରେ ୨ ଲକ୍ଷ ୭୫ ହଜାର ଟଙ୍କା ନେଇ ତାଳଚେର ଅଭିମୁଖେ ଯାଉଥିଲେ। ପେଟ୍ରୋଲ ପମ୍ପଠାରୁ ମାତ୍ର ୫ ଶହ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଫଲୋ କରିଥିଲେ। ପରେ ସେମାନେ ସଞ୍ଜୟଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ସଞ୍ଜୟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପାଖରେ ଖସି ପଡ଼ିଥିଲେ। ଆଉ ଏହାର ସୁଯୋଗ ନେଇ କଳା ପଲସରରେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ପଳାଇଥିଲେ। ଦୁଇ ଦୁର୍ବୃତ୍ତଙ୍କ ପାଖରେ ବନ୍ଧୁକ ଓ ଭୁଜାଲି ଥିଲା।

ଅଭିଯୋଗ ପାଇବା ପରେ ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ଯାଇ ଯାଞ୍ଚ କରିବା ସହିତ ଘଟଣାର ଖୋଳତାଡ଼ କରୁଛି।

The post ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଫଲୋ କଲେ, ଲୁଟି ନେଲେ ଲକ୍ଷାଧିକ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3KfhaVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages