ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ, ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 11, 2022

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ, ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

କଟକ(ଓଡ଼ିଶା ରିପୋର୍ଟର): ଆଜି ପଞ୍ଚଭୂତରେ ବିଲୀନ ହେବେ ଓଡ଼ିଆ ମନୋରଞ୍ଜନ ଦୁନିଆର ମଉଡ଼ମଣି ମିହିର ଦାସ । କଟକର ସତିଚଉରା ଶ୍ମଶାନରେ  ହେବ ତାଙ୍କ ଅନ୍ତିମ ସଂସ୍କାର  । ମିହିରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ମିହିର ଦାସଙ୍କ ବିୟୋଗରେ କେବଳ ରାଜ୍ୟରୁ ନୁହେଁ ଦେଶରୁ ବି ଛୁଟିଛି ଶୋକ ବାର୍ତ୍ତା। ମିହିରଙ୍କ ଅବର୍ତ୍ତମାନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୁରଣିୟ କ୍ଷତି ହୋଇଛି । ତାଙ୍କର ଅମର ଆତ୍ମାର ସଦଗତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟ, ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ  ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମିହିରଙ୍କ ବିୟୋଗରେ ଓଲିଉଡ ମୁରବୀବିହୀନ ହୋଇ ଯାଇଥିବା କହିଛନ୍ତି ବହୁ କଳାକାର।

ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର।

The post ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ, ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3razUgj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages