ନୀତିନ ଗଡକରୀଙ୍କୁ ଦ୍ୱିତୀୟ ଥର କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 11, 2022

ନୀତିନ ଗଡକରୀଙ୍କୁ ଦ୍ୱିତୀୟ ଥର କରୋନା

ନୂଆଦିଲ୍ଲୀ:କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ପରେ ସେ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ଏ ସମ୍ପର୍କରେ ସେ ମଙ୍ଗଳବାର ଟ୍ୱିଟ୍ କରି ଜଣାଇଛନ୍ତି।  ଏଥିସହ ଯେଉଁମାନେ ତାଙ୍କ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଲସନରେ ରଖି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ମୋର ମାଇଲଡ୍‌ ଲକ୍ଷଣ ଦେଖାଯିବାରୁ ମୁଁ ପରୀକ୍ଷା କରିଥିଲି। ରିପୋର୍ଟ ପଜିଜିଟିଭ ଆସିଛି । ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ଅନୁସରଣ କରି ମୁଁ ନିଜକୁ ଅଲଗା ରଖିଛି। ମୁଁ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ରଖିଛି। ତେବେ ତାଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କର୍ଣ୍ଣାଟକ  ମୁଖ୍ୟମନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହା ପୂର୍ବରୁ ୨୦୨୦ ସେପ୍ଟେମ୍ବରରେ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ତେବେ ଗତକାଲି  ଦେଶରେ ୧,୬୮,୦୬୩ଟି ମାମଲା ଚିହ୍ନଟ ହୋଇଥିଲା।  ସୋମବାର ତୁଳନାରେ ଏହି ମାମଲା  ୬.୫ ପ୍ରତିଶତ କମ୍ ରହିଛି। ଏଥିସହ ଦେଶରେ ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି।

The post ନୀତିନ ଗଡକରୀଙ୍କୁ ଦ୍ୱିତୀୟ ଥର କରୋନା appeared first on Odisha Reporter.



from Odisha Reporter https://ift.tt/33qoDQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages