ୟୁଟ୍ୟୁବ୍‌ରେ ଶିକ୍ଷାଦାନ, ଆଜିଠୁ ପଢ଼ିବେ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 26, 2022

ୟୁଟ୍ୟୁବ୍‌ରେ ଶିକ୍ଷାଦାନ, ଆଜିଠୁ ପଢ଼ିବେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହର ଆରମ୍ଭ ହେବା ପରେ ଚଳିତ ମାସ ପ୍ରଥମ ସପ୍ତାହରୁ ବନ୍ଦ ରହିଛି କ୍ଲାସ ରୁମ୍‌ ଶିକ୍ଷାଦାନ । ଏବେ କରୋନା ତଳମୁହାଁ ହୋଇଥିବା ବେଳେ  ଶିକ୍ଷାଦାନକୁ ସ୍ୱାଭାବିକ କରିବାକୁ ନିଆଯାଉଛି ପଦକ୍ଷେପ । ରାଜ୍ୟରେ ମହାମାରୀ କମିଥିଲେ ବି ଏବେ ଆରମ୍ଭ ହେବନି ଅଫ୍‌ଲାଇନ୍‌ ପାଠପଢ଼ା। ହେଲେ ଆଜିଠୁ ୟୁଟ୍ୟୁବ୍‌ରେ ହେବ ପଠାପଢ଼ା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ।

ଏନେଇ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ନିୟମ ଅନୁଯାୟୀ, ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ କରାଯିବ  ।ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ ।

ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ୱାଟସ ଅପ୍ ଗ୍ରୁପ୍ ମାଧ୍ୟମରେ ଶେଆର କରାଯିବ । ପ୍ରତି କ୍ଳାସର ସମୟ ୩୦ ମିନିଟ୍ ରଖାଯାଇଛି। ରାଜ୍ୟର ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ କେତେ ଉପକୃତ ହେବେ ତାହା ଆଗକୁ ଜଣାପଡ଼ିବ ।

The post ୟୁଟ୍ୟୁବ୍‌ରେ ଶିକ୍ଷାଦାନ, ଆଜିଠୁ ପଢ଼ିବେ ପିଲା appeared first on Odisha Reporter.



from Odisha Reporter https://ift.tt/3g607aA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages