ନୂଆଦିଲ୍ଲୀ: ସରକାରଙ୍କ ଚାପରେ ସୋଶାଲ ମିଡିଆ ଆପ୍ ଟ୍ୱିଟର କାମ କରୁଛି। ସରକାରଙ୍କ କଥାରେ ଟ୍ୱିଟର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅନୁଗାମୀଙ୍କ ସଂଖ୍ୟା ସୀମିତ କରି ଦେଇଛି। ଟ୍ୱିଟର ଓ ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁ ନୂଆ ଲୋକମାନେ ରାହୁଲ ଗାନ୍ଧିଙ୍କୁ ଟ୍ୱିଟର୍ରେ ଠିକ୍ ଭାବେ ଅନୁସରଣ କରିପାରୁ ନାହାନ୍ତି। ଏମିତି କିଛି ଅଭିଯୋଗ ଆଣି ଉଭୟ ସରକାର ଓ ଟ୍ୱିଟରକୁ କାଠ ଗଡ଼ାରେ ଛିଡ଼ା କରିଛନ୍ତି ନିଜେ ରାହୁଲ ଗାନ୍ଧି।
ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ସୀମିତ କରିଥିବାରୁ ରାହୁଲ ଡିସେମ୍ବର ୨୭ରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଥିଲେ। ଏହି ଚିଠିରେ ସେ କମ୍ପାନୀ ସରକାରଙ୍କ ଚାପରେ କାମ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି।
ରାହୁଲ ପୂରା ଘଟଣା ଉପରେ ବିସ୍ତୃତ ତଥ୍ୟ ଦେଇ ଟ୍ୱିଟରକୁ କହିଛନ୍ତି ଯେ ପ୍ରାଥମିକ ଅବସ୍ଥାରେ ମାସିକ ପ୍ରାୟ ୨.୩ ଲକ୍ଷ ଲୋକ ତାଙ୍କ ସହ ଯୋଡ଼ି ହେଉଥିଲେ। କିଛି ମାସ ୬.୫ ଲକ୍ଷ ଲୋକ ତାଙ୍କୁ ଟ୍ୱିଟର୍ରେ ଅନୁସରଣ କରିବା ଆରମ୍ଭ କରିଥିଲେ। କିନ୍ତୁ ୨୦୨୧ ଅଗଷ୍ଟ ମାସ ଠାରୁ ତାଙ୍କ ଆକାଉଣ୍ଟ ସହ ବହୁତ କମ ଲୋକ ଯୋଡ଼ି ହେଉଛନ୍ତି।
ଏପରି କି ମାସିକ ମାତ୍ର ୨୫ରୁ ୨୭ ଶହ ନୂଆ ଲୋକ ରାହୁଲଙ୍କୁ ଅନୁସରଣ କରୁଛନ୍ତି। ବର୍ତ୍ତମାନ ରାହୁଲଙ୍କ ମୋଟ ଅନୁଗାମୀଙ୍କ ସହ ୧୯.୫ ମିଲିୟନ ରହିଛି। ଏହି ସଂଖ୍ୟାକୁ ଟ୍ୱିଟର ଆଉ ବଢ଼ିବାକୁ ଦେଉନି ବୋଲି ରାହୁଲ କହିଛନ୍ତି।
୨୦୨୧ ଅଗଷ୍ଟ ମାସରେ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ନେଇ ବିବାଦ ଦେଖାଯାଇଥିଲା। ସେ ଦିଲ୍ଲୀ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ବର୍ଗଙ୍କ ଫଟୋ ଟ୍ୱିଟ କରିଥିଲେ। ଏହାପରେ ଟ୍ୱିଟର ୮ ଦିନ ପାଇଁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଥିଲା। ରାହୁଲ ଟ୍ୱିଟରର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କହିଥିଲା। ସେବେଠାରୁ ରାହୁଲ ଗାନ୍ଧିଙ୍କ ଅନୁଗାମୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ବହୁତ କମ ବୃଦ୍ଧି ହେଉଛି।
ରାହୁଲ କହିଛନ୍ତି, “ମୁଁ ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ସମସ୍ୟାକୁ ଉଠାଇଥିଲି, କୃଷକମାନଙ୍କ ସହ ଛିଡ଼ାର ହୋଇଥିଲି ଓ ଅନ୍ୟ ମାନବାଧିକାର ପ୍ରସଙ୍ଗରେ ସରକାରଙ୍କ ସହ ଲଢ଼େଇ କରିଛି। ୩ କଳା କୃଷି ଆଇନ ପ୍ରତ୍ୟାହାର କରିବା ନେଇ ମୁଁ ଦେଇଥିବା ବୟାନ ସବୁଠାରୁ ଅଧିକ ଲୋକ ଟ୍ୱିଟର୍ରେ ଦେଖିଛନ୍ତି।
ମୁଁ ଜାଣିବାକୁ ପାଇଛି ଯେ ସରକାରଙ୍କ ଚାପରେ ଟ୍ୱିଟର୍ରେ ମୋର ସ୍ୱରକୁ ଚାପି ଦେବା ପାଇଁ ଏବେ ପ୍ରୟାସ କରୁଛି। ଏନେଇ କମ୍ପାନୀ ଉପରେ ମଧ୍ୟ ଚାପ ବଢ଼ୁଛି। କୌଣସି ବୈଧ କାରଣ ନଥାଇ, ମୋ ଆକାଉଣ୍ଟକୁ କିଛି ଦିନ ପାଇଁ ସସପେଣ୍ଡ କରାଯାଇଥିଲା। ସରକାରଙ୍କ ସମେତ ଅନେକ ଟ୍ୱିଟର ହ୍ୟାଣ୍ଡେଲରୁ ସମାନ ଫଟୋ ଟ୍ୱିଟ କରାଯାଇଥିଲା।
କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। କେବଳ ମୋ ଆକାଉଣ୍ଟକୁ ଟାର୍ଗେଟ କରାଯାଇଥିଲା। ମୁଁ ସବୁ ଭାରତୀୟଙ୍କ ତରଫରୁ ଆପଣଙ୍କୁ ଚିଠିରେ କହିବାକୁ ଚାହୁଁଛି ଯେ ଟ୍ୱିଟର ଭାରତର ଧ୍ୱଂସ ପାଇଁ ଚାଲିଥିବା ଷଡ଼ଯନ୍ତ୍ରରେ ମୋହରା ନ ହେଉ।”
The post ରାହୁଲ ଗାନ୍ଧିଙ୍କ ଅନୁଗାମୀଙ୍କ ସଂଖ୍ୟା ସୀମିତ କରି ଦେଇଛି ଟ୍ୱିଟର! appeared first on Odisha Reporter.
from Odisha Reporter https://ift.tt/3IBiY9K
No comments:
Post a Comment