କଂଗ୍ରେସ ଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 8, 2022

କଂଗ୍ରେସ ଭବନ ଉପରକୁ ପେଟ୍ରୋଲ ବୋମା ମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ପେଟ୍ରୋଲ ବୋମା ମାଡ଼। କିଏ ଏହି ପେଟ୍ରୋଲ ବୋମା ଫିଙ୍ଗିଛି, ତାହା ଜଣାପଡ଼ି ନଥିବା ବେଳେ ଗୋଷ୍ଠୀକନ୍ଦଳ ଯୋଗୁଁ ଏହା ଘଟିଥିବା କୁହାଯାଉଛି।

ପେଟ୍ରୋଲ ବୋମା ମାଡ଼ରେ କଂଗ୍ରେସ ଭବନର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ବୋମା ମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା।

ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ନିଆଁ ଲିଭାଇ ଥିଲେ।

ଗତକାଲି ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକଙ୍କୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏହାପରେ ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼ କରାଯାଇଥିଲା। ଏହି ଦୁଇଟି ଘଟଣା ମଧ୍ୟରେ କିଛି ସଂଯୋଗ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନି।

The post କଂଗ୍ରେସ ଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ appeared first on Odisha Reporter.



from Odisha Reporter https://ift.tt/3t92ilC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages