ନୂଆଦିଲ୍ଲୀ: ଜେଲ୍ ଭିତରେ ବିବାଦୀୟ ବୁଲ୍ଲି ବାଈ ଆପ୍ର ମାଷ୍ଟରମାଇଣ୍ଡର ଆତ୍ମହତ୍ୟା ଉଦ୍ୟମ। ବୁଲ୍ଲି ବାଈ ଆପ୍ ତିଆରି କରି ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ କରୁଥିବା ଅଭିଯୁକ୍ତ ନୀରଜ ବିଷ୍ଣୋଇ ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ୍ କରିଛି। ଏନେଇ ପୁଲିସ ସୂଚନା ଦେଇଛି।
ଦିଲ୍ଲୀ ପୁଲିସର ହେପାଜତରେ ଥିବା ବୁଲ୍ଲି ବାଈ ଆପ୍କୁ ତିଆରି କରିଥିବା ଅଭିଯୁକ୍ତ ନୀରଜ ବିଷ୍ଣୋଇ ପଚରାଉଚରା ବେଳେ ଲଗାତର ବଡ ବଡ ଖୁଲାସା କରିଚାଲିଛି। ସୁଲ୍ଲି ଡିଲ୍ସ ଆପ୍ ନିର୍ମାତାଙ୍କୁ ସେ ଜାଣିଥିବା ଦାବି କରିଛି। ସେ ସୁଲ୍ଲି ଡିଲ୍ ଆପ୍ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଅଛି। ସେ ୧୫ ବର୍ଷ ବୟସରୁ ହ୍ୟାକ୍ କରୁଛି ବୋଲି କହିଛି।
ଦିଲ୍ଲୀ କିଶାନଗଡ ପୁଲିସ ଷ୍ଟେସନରେ ରୁଜୁ ହୋଇଥବା ଏକ ଏଫ୍ଆଇଆର୍ରୁ ନୀରଜ କରିଥିବା ଦାବି ପ୍ରମାଣିତ ହୋଇଛି। ଡିସିପି ସାଇବର କ୍ରାଇମ ୟୁନିଟ୍ କେପିଏସ୍ ମଲହୋତ୍ରା କହିଛନ୍ତି, ଅଭିଯୁକ୍ତ ନୀରଜ ବିଷ୍ଣୋଇ ୧୫ ବର୍ଷ ବୟସରୁ ୱେବସାଇଟ୍ ସହିତ ହ୍ୟାକିଂ ଏବଂ ଟ୍ୟାମ୍ପରିଂ ଶିଖିଛନ୍ତି। ଏହାପୂର୍ବରୁ ସେ ଭାରତ ତଥା ପାକିସ୍ଥାନର ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟର ଅନେକ ୱେବସାଇଟ୍ ହ୍ୟାକ୍ କରିଥିଲେ। ଅଭିଯୁକ୍ତ ନୀରଜ ଜାପାନ୍ ଆନିମେସନ୍ ଗେମିଂ GIYU ପ୍ରତି ଆଗ୍ରହୀ ଥିଲା। ସେ GIYU ଶବ୍ଦର ବ୍ୟବହାର କରି ବିଭିନ୍ନ ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିଲେ।
ସେ GIYU ଶବ୍ଦକୁ ବ୍ୟବହାର କରି ଏକ ଟ୍ୱିଟର ଆକାଉଣ୍ଟ୍ ସୃଷ୍ଟି କରିଥିଲା। ଏହା ମାଧ୍ୟମରେ ସେ ଅନୁସନ୍ଧାନକାରୀ ଏଜେନ୍ସିଗୁଡ଼ିକୁ ତାଙ୍କୁ ଧରିବା ପାଇଁ ଖୋଲା ଚ୍ୟାଲେଞ୍ଜ କରିଥିଲା। ନୀରଜ ଭର୍ଚୁଆଲ୍ ଦୁନିଆ ମାଧ୍ୟମରେ ମୁମ୍ବାଇ ପୁଲିସ୍ ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ସହ ଯୋଗାଯୋଗରେ ଥିଲା ଏବଂ ଟ୍ୱିଟର ଗ୍ରୁପ୍ ଚାଟ୍ ମାଧ୍ୟମରେ ଚାଟ୍ କରୁଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ଧରିବା କଷ୍ଟସାଧ୍ୟ ଥିଲା, କିନ୍ତୁ ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ତାକୁ ଆସାମରୁ ଧରିଥିଲା। ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
The post ବୁଲ୍ଲି ବାଈ ଆପ୍; ଜେଲ୍ ଭିତରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/3zIrUab
No comments:
Post a Comment