ପାଟନା: ବିହାରରେ ଫୁଟିଛି କରୋନା ବୋମା। ବିହାରରେ ରବିବାର ୩୫୨ ନୂଆ କରୋନା ମାମଲା ସାମନାକୁ ଆସିଥିବା ବେଳେ ସେଥିମଧ୍ୟରୁ ନାଳନ୍ଦା ମେଡିକାଲ କଲେଜ ଓ ହଷ୍ଟେଲର ୮୪ ଡାକ୍ତର ଓ ଛାତ୍ର ସାମିଲ ଅଛନ୍ତି। ଶନିବାର ଏହି ହସ୍ପିଟାଲର ୧୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ରବିବାର ୧୯୪ଜଣଙ୍କ ସାମ୍ପଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବିହାରର ଦ୍ୱିତୀୟ ବୃହତ୍ତ ହସ୍ପିଟାଲରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୮୪ ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ ଜୁନିଅର ଡାକ୍ତର, ଇନଟର୍ଣ୍ଣ ଓ ପିଜି ଛାତ୍ର ସାମିଲ ଅଛନ୍ତି। ସଂକ୍ରମିତଙ୍କ ନିକଟରେ ପ୍ରାୟତଃ ଲକ୍ଷଣ ଦେଖାଯାଉ ନ ଥିବା ବେଳେ କିଛି ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ପାଟନା ଜିଲ୍ଲାଧିକାରୀ ଚନ୍ଦ୍ରଶେଖର ସିଂହଙ୍କ କହିବାନୁଯାୟୀ, କରୋନା ଟେଷ୍ଟ ପଜିଟିଭ ଆସିବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲ କ୍ୟାମ୍ପସରେ ଆଇସୋଲେଟ କରି ରଖାଯାଇଛି।
ବିହାରରେ ରବିବାର ୩୫୨ କରୋନା ମାମଲା ସାମନାକୁ ଆସିବା ପରେ ରାଜ୍ୟରେ କରୋନା ଆକ୍ଟିଭ ସଂଖ୍ୟା ୧,୦୭୪ରେ ପହଞ୍ଚି ଯାଇଛି। ପାଟନାରେ ସବୁଠୁ ଅଧିକ ୧୪୨ ମାମଲା ଓ ତା’ ପରେ ଗୟା ଜିଲ୍ଲାରେ ୧୧୦ ପଜିଟିଭ କେସ୍ ସାମନାକୁ ଆସିଛି। ପାଟନା ଏମ୍ସର ୨ ଡାକ୍ତର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ଦିଲ୍ଲୀ ପଠାଯାଇଛି। ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବିହାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଟନାରେ ଏକ ଆଇସୋଲେଟ ସେଣ୍ଟର ପ୍ରସ୍ତୁତ କରାଯାଇଛି।
ଏହାବାଦ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭ ଜଣ କରୋନା କବଳରୁ ମୁକ୍ତ ହୋଇ ସାରିଲେଣି। ରାଜ୍ୟରେ କରୋନା ରିକଭରି ରେଟ୍ ୯୮.୧୯ ରହିଛି।
କରୋନା କୋପ ବଢ଼ୁଥିବା ଦେଖି ବିହାରରେ ଅଷ୍ଠମ ପର୍ଯ୍ୟନ୍ତ ଶ୍ରେଣୀ ବନ୍ଦ ରଖାଯାଇଛି। ନବମ ଓ ଏହାଠୁ ଅଧିକ କ୍ଲାସ୍ ପିଲାଙ୍କୁ ଏହି ନିୟମରୁ ବାହାରେ ରଖାଯାଇଛି। ସେମାନେ ପୂର୍ବ ପରି କ୍ଲାସ୍କୁ ଆସି ଅଫ୍ଲାଇନ୍ରେ ପାଠ ପଢ଼ିପାରିବେ। ହେଲେ ଅଷ୍ଠମ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଛି। ଏହାପରେ ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।
The post ମେଡିକାଲ କଲେଜରେ ଫୁଟିଲା କରୋନା ବୋମା, ଏକାଥରେ ୮୪ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3zkUU7R
No comments:
Post a Comment