ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀଙ୍କ ଗାଡ଼ିକୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀଙ୍କ ଗାଡ଼ିକୁ ଗୁଳିମାଡ଼

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯିବ ସହିତ ବନ୍ଧୁକ ମୁନରେ ଅଟକ ରଖାଯାଇଥିବା ନେଇ ଅଭିଯୋଗ ହୋଇଛି। ଆଉ ରେହମ ନିଜେ ଟ୍ୱିଟ୍‌ କରି ଏହି ଅଭିଯୋଗ କରିଛନ୍ତି। ଏଥିରେ ସେ ତାଙ୍କ ପୂର୍ବତନ ସ୍ୱାମୀ ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରେହମ ତାଙ୍କ ଟ୍ୱିଟ୍‌ରରେ ଲେଖିଛନ୍ତି, ମୋ ପୁତୁରା ବାହାଘରରୁ ଫେରୁଥିବା ବେଳେ ମୋ କାରକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା। ଏହା ସହିତ ବାଇକ୍‌ରେ ଆସିଥିବା ଦୁଇ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ମୋ ଗାଡ଼ିକୁ ଅଟକାଇ ଥିଲେ। ମୁଁ ଗାଡ଼ି ବଦଳାଇ ଦେଇଥିଲି। କାରରେ ମୋ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇର ଥିଲେ। ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନ? ଏଭଳି ଭୀରୁ ଓ ଡକାୟତଙ୍କ ଦେଶକୁ ଆପଣମାନଙ୍କୁ ସ୍ୱାଗତ!!

ରେହମ ଜଣେ ପୂର୍ବତନ ଟେଲିଭିଜନ ଉପସ୍ଥାପିକା। ୨୦୧୪ରେ ଇମ୍ରାନ ଖାନ୍‌ଙ୍କୁ ସେ ବିବାହ କରିଥିଲେ। ତେବେ ୨୦୧୫ ଅକ୍ଟୋବର ୩୦ରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଅନେକ ସମୟରେ ଇମ୍ରାନ ଖାନଙ୍କୁ ତୀବ୍ର ସମାଲୋଚନା କରି ଚର୍ଚ୍ଚାରେ ରହିଛନ୍ତି ରେହମ। ସେ ଇମ୍ରାନଙ୍କ ସରକାରର କାର୍ଯ୍ୟଧାରାକୁ ସର୍ବସାଧାରଣରେ ସମାଲୋଚନା କରନ୍ତି। ୨୦୧୯ ପୁଲୱାମା ଆକ୍ରମଣ ବେଳେ ସେ କହିଥିଲେ ଯେ ଇମ୍ରାନ ଖାନ ପାକିସ୍ତାନ ସେନାର ସଖୀ କଣ୍ଢେଇ।

The post ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପତ୍ନୀଙ୍କ ଗାଡ଼ିକୁ ଗୁଳିମାଡ଼ appeared first on Odisha Reporter.



from Odisha Reporter https://ift.tt/3mQam6U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages