୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 16, 2022

୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବଞ୍ଚିଲେ ଏକ ସଙ୍ଗେ ବଞ୍ଚିବା, ମରିବା ବି ସାଥୀ ହୋଇ’। ଏପରି ପଣ କରି ପରସ୍ପରକୁ ମନ ଦେଇଥିଲେ ଦେବଗଡ଼ ଜିଲ୍ଲା ଡାହିପାଳ ଗ୍ରାମର ୨୩ ବର୍ଷୀୟ ଅଶୋକ ସାମାଡ଼ ଓ ଦନ୍ତାରିବାହାଲ ଗ୍ରାମର ୨୦ ବର୍ଷୀୟା ନିରାଶ ଦେବଗନ। ହେଲେ ଏଥିରେ ବାଧକ ସାଜିଲେ ନିରାଶଙ୍କ ପରିବାର ଲୋକେ। ଏହା ସତ୍ତ୍ୱେ ୧୦ ଦିନ ତଳେ ସେମାନେ ବିବାହ କରିଥିଲେ। କିନ୍ତୁ ଗତକାଲି ଉଭୟ ବିଷ ପିଇ ଦେଇଥିଲେ। ଏବେ ସେମାନେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଅଶୋକ ଏବଂ ନିରାଶଙ୍କ ମଧ୍ୟରେ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମାତ୍ର ନିରାଶଙ୍କ ଘର ଲୋକ ସେମାନଙ୍କ ପ୍ରେମକୁ ସ୍ୱିକୃତୀ ଦେଇ ନଥିଲା। ଫଳରେ ଗତ ୧ ତାରିଖରେ ସେମାନେ ଘରୁ ପଳାଇ ବିବାହ କରିଥିଲେ। ଗତ ୧୨ ତାରିଖରେ ନିରାଶଙ୍କୁ ଧରି ଅଶୋକଙ୍କ ନିଜ ଘରକୁ ଫେରିଥିଲେ। ଅଶୋକଙ୍କ ପରିବାର ଲୋକ ଉଭୟଙ୍କୁ ଗ୍ରହଣ କରି ନେଇଥିଲେ। ମାତ୍ର ନିରାଶଙ୍କ ପରିବାର ଲୋକେ ଗ୍ରହଣ କରୁ ନ ଥିବାରୁ ସେମାନେ ମାନସିକ ଚାପରେ ଥିଲେ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଉଭୟ ବାନ୍ତି କରୁଥିବା ବେଳେ ସେମାନେ ବିଷ ଖାଇ ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉଭୟଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଅତି ଗୁରୁତର  ଥିବା ବେଳେ ସେମାନଙ୍କୁ ବୁର୍ଲା ରେଫର କରାଯାଇଛି।

 

The post ୧୦ ଦିନ ହେବ ଗଢ଼ିଥିଲେ ସଂସାର, ସାଙ୍ଗ ହୋଇ ନେଲେ ଚରମ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3nzb7BD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages