ଦିନକରେ କେତେ ପିଲା ନେଲେ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 3, 2022

ଦିନକରେ କେତେ ପିଲା ନେଲେ କରୋନା ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ ଅନ୍ୟପଟେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ଦିନ ଅର୍ଥାତ ସୋମବାର ସମଗ୍ର ଦେଶରେ ୪୧.୩ ଲକ୍ଷ ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଟିକା ନେବାକୁ ପିଲାମାନଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଛୋଟ ପିଲମାନଙ୍କ ସହ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ମଧ୍ୟ ସମାନ୍ତରଳ ଭାବେ ଚାଲିଛି। ମୋଟ ଉପରେ ସୋମବାର ଦେଶରେ ୯୮.୬ ଲକ୍ଷ ଡୋଜ୍‌ର ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦେଶରେ ହୋଇଥିବା ମୋଟ ଟିକାକରଣର ୪୨% ଡୋଜ୍‌ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ ଦିଆଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୭.୭ ଲକ୍ଷ ଛୋଟ ପିଲା କରୋନାର ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏହା ପଛକୁ ଗୁଜରାଟରେ ୫.୬ ଲକ୍ଷ, ଆନ୍ଧ୍ର ପ୍ରଦେଶରେ ୪.୯ ଲକ୍ଷ, କର୍ଣ୍ଣାଟକାରେ ୪.୧ ଲକ୍ଷ ଓ ରାଜସ୍ଥାନରେ ୩.୬ ଲକ୍ଷ ପିଲାଙ୍କୁ ଟିକା ଦିଆଯାଇଛି।

ଦେଶର ସବୁ ଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ମାତ୍ର ୧.୭ ଲକ୍ଷ ଡୋଜ୍‌ର ଟିକାକରଣ ହୋଇପାରିଛି। ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଛୋଟ ପିଲାମାନଙ୍କ ସହ ପ୍ରାପ୍ତ ବୟସ୍କଙ୍କୁ ମଧ୍ୟ ଟିକାର ଡୋଜ୍‌ ଯଥାଶୀଘ୍ର ଦେବାକୁ କେନ୍ଦ୍ର ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟ ରାଜ୍ୟଗୁଡ଼ିକ କଥା ବିଚାରକୁ ନେଲେ ବିହାରରେ ୧.୭ ଲକ୍ଷ, ମହାରାଷ୍ଟ୍ରରେ ୧.୮ ଲକ୍ଷ, ତାମିଲନାଡୁରେ ୧.୯ ଲକ୍ଷ ଓ ପଶ୍ଚିମବଙ୍ଗରେ ପ୍ରାୟ ଲକ୍ଷେ ପିଲାଙ୍କୁ ପ୍ରଥମ ଦିନରେ କରୋନା ଟିକାର ଡୋଜ୍‌ ଦିଆଯାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ରାତି ୧୦ଟା ସୁଦ୍ଧା ୨୧,୦୧୦ କିଶୋର/କିଶୋରୀଙ୍କୁ ଟିକା ଦିଆଯାଇ ପାରିଛି।

ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଜାନୁଆରୀ ୧ରୁ ଆରମ୍ଭ ହୋଇଥିଲା। ଟିକା ନେବାକୁ ଦେଶର ପ୍ରାୟ ୫୩.୬ ଲକ୍ଷ ପିଲା ପଞ୍ଜୀକରଣ କରିଥିଲେ। ସେହିପରି ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ଲକ୍ଷାଧିକ ପିଲା ଡୋଜ୍‌ ନେବାକୁ ପଞ୍ଜୀକରଣ କରିଥିବା ଦେଖିବାକୁ ମିଳିଛି।

ଦେଶରେ ମୋଟ ୭.୪ କୋଟି ପିଲାଙ୍କ ଟିକାକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଛୋଟ ପିଲମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। ସୋମବାର ୧.୧୨ ଲକ୍ଷ କେନ୍ଦ୍ରରେ ଛୋଟ ପିଲାମାନଙ୍କ ଟିକାକରଣ ହୋଇଛି।

ଯଦି ଏହି କେନ୍ଦ୍ର ଗୁଡ଼ିକ ନିଅଣ୍ଟିଆ ପଡ଼ିବ, ତା’ହେଲେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ରାଜ୍ୟ ସରକାରମାନେ ଲକ୍ଷ୍ୟ ରଖିଛନ୍ତି। ଏବେ ଛୋଟ ପିଲାମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଉଛି।

The post ଦିନକରେ କେତେ ପିଲା ନେଲେ କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/32MumjZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages