ଓମିକ୍ରନ ପାଇଁ ଲାଗିଥିବା କଟକଣା ହଟିଲା, ଆଉ ଦରକାର ନାହିଁ ମାସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 26, 2022

ଓମିକ୍ରନ ପାଇଁ ଲାଗିଥିବା କଟକଣା ହଟିଲା, ଆଉ ଦରକାର ନାହିଁ ମାସ୍କ

ଲଣ୍ଡନ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଜନିତ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା କଟକଣା ଗୁରୁବାର ଠାରୁ ପ୍ରତ୍ୟାହାର ହୋଇଛି। ବ୍ରିଟେନ ସରକାର କଟକଣାକୁ ହଟାଇବା ସହ ଇଂଲଣ୍ଡର କୌଣସି ବି ସ୍ଥାନରେ ଆଉ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନଗୁଡ଼କରେ ପ୍ରବେଶ ପାଇଁ ଟିକା ପ୍ରମାଣପତ୍ର ଜରୁରୀ ନିୟମକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି।

ବ୍ରିଟେନରେ ଓମିକ୍ରନ ଭାରିଏଣ୍ଟ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ସରକାର କଟକଣା ଲଗାଇଥିଲେ। ହେଲେ ଦୁଇ ସପ୍ତାହ ହେଲାଣି ଦେଶରେ ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଆଜି ଠାରୁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଡ କହିଛନ୍ତି, “ଟିକାକରଣ, ଟେଷ୍ଟିଂ ଓ ଆଣ୍ଟି ଭାଇରାଲ ଯୋଗୁ ଆମେ କରୋନାର ମୁକାବିଲା କରିପାରିଛୁ। ସଂକ୍ରମଣକୁ ନିୟନ୍ତ୍ରଣ କରାଯିବାରୁ ପ୍ଲାନ ଏ ଲାଗୁ ହୋଇଛି। ଫଳରେ ଲୋକମାନେ ଏବେ ଅଧିକ ସ୍ୱାଧୀନତା ପାଇବେ। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ଆମେ ଭାଇରସ ସହ ବଞ୍ଚିବା ଶିଖି ଗଲେଣି। ତଥାପି ଭାଇରସ କେଉଁ ଆଡ଼େ ଯାଇ ନାହିଁ ବୋଲି ଆମକୁ ମନେରଖିବାକୁ ହେବ।”

ସରକାର ଗତ ସପ୍ତାହରେ ତତ୍କାଳ ଭାବେ ଦେଶରେ ଲାଗୁ ହୋଇଥିବା ଘରୁ ରହି କାମ କରିବା ନିୟମକୁ ପ୍ରତ୍ୟାହାର କରିଥିଲେ। ଆଜିଠାରୁ ମାସ୍କ ପିନ୍ଧିବା ନିୟମକୁ ହଟାଇ ଦେଇଛନ୍ତି। ସେହିପରି ସ୍ୱାସ୍ଥ୍ୟଗତ ପାସ୍ ବା ଟିକା ପାସ୍ ମଧ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲୋକଙ୍କୁ ଦେଖାଇବାକୁ ପଡ଼ିବନି। ଏହାର ଅର୍ଥ ଲୋକମାନେ ବିନା କୌଣସି କଟକଣାରେ ନାଇଟ କ୍ଲବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

ବ୍ରିଟେନ ସରକାର ଏପରି ନିୟମ ପ୍ରଣୟନ କରିଥିଲେ ମଧ୍ୟ ଲଣ୍ଡନରେ ଏହା ଲାଗୁ ହେବନି। ଲଣ୍ଡନରେ ଏବେ ବି ବସ୍‌, ଟ୍ରେନ ଓ ସର୍ବସାଧାରଣ ସ୍ଥାନରେ ଲୋକଙ୍କୁ ମାସ୍କ ପରିଧାନ କରିବାକୁ ପଡ଼ିବ ବୋଲି ସେଠାକାର ମେୟର କହିଛନ୍ତି। କିଛି ଦୋକାନୀ ମଧ୍ୟ ପୂର୍ବଭଳି ମାସ୍କ ପିନ୍ଧିବା ନିୟମକୁ ପାଳନ କରିବେ ବୋଲି ଘୋଷଣା କରିଛନ୍ତି।

ବ୍ରିଟେନରେ ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି କରୁଥିଲେ ହେଁ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି। ସେହିପରି ସଂକ୍ରମଣ ତୁଳନାରେ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ। ବିଶେଷଜ୍ଞମାନେ କହିଛନ୍ତି ଯେ ମହାମାରୀ କରୋନା ସହ ଲୋକମାନେ ବଞ୍ଚିବା ଶିଖି ଗଲେଣି। ମହାମାରୀ କେବେ ସଂପୂର୍ଣ୍ଣ ଭାବେ ଶେଷ ହେବ, ସେକଥା କହି ହେବନି। ତେଣୁ ଜୀବନ ଯାତ୍ରା ସ୍ୱାଭାବିକ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି।

ସଂକ୍ରମଣକୁ ରୋକିବା ପାଇଁ ଡିସେମ୍ବର ୮ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିଭିନ୍ନ ପ୍ରକାରର କଟକଣା ସମ୍ପର୍କରେ ଘୋଷଣା କରିଥିଲେ। କଟକଣା ଅନୁଯାୟୀ, ସମସ୍ତ ସ୍ଥାନରେ ମାସ୍କ ପିନ୍ଧବା ବାଧ୍ୟତାମୂଳକ ହୋଇଥିଲା। ସେହିପରି ନାଇଟ କ୍ଲବ, ଫୁଟବଲ ଷ୍ଟାଡିୟମ ଓ ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ, ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ ବୋଲି କୁହାଯାଇଥିଲା। ହେଲେ ଏବେ ସ୍ଥିତି ବଦଳିଛି। ୩୭ ମିଲିୟନ ଲୋକ କରୋନା ବିରୋଧରେ ବୁଷ୍ଟର ଡୋଜ୍ ନେବା ପରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି ବ୍ରିଟେନ।

କଟକଣା ହଟିଥିବାରୁ ଲୋକମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଇଂଲଣ୍ଡରେ ଦୀର୍ଘ ୪୭ ବର୍ଷ ହେଲା ରହୁଥିବା ୭୧ ବର୍ଷୀୟ ଏଲିଜାବେଥ ହାୟନସ କହିଛନ୍ତି, “ମୁଁ ଭାବୁଛି ଏହା ଏକ ଭଲ ପଦକ୍ଷେପ।”

The post ଓମିକ୍ରନ ପାଇଁ ଲାଗିଥିବା କଟକଣା ହଟିଲା, ଆଉ ଦରକାର ନାହିଁ ମାସ୍କ appeared first on Odisha Reporter.



from Odisha Reporter https://ift.tt/3u0Reaz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages