ଜେଲ ଗଲେ କୋଟିପତି କିରାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 26, 2022

ଜେଲ ଗଲେ କୋଟିପତି କିରାଣି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଜେଲ ଗଲେ କୋଟିପତି କିରାଣି। ନିଜ ଆୟଠାରୁ  ଠୁଳ କରିଥିବା ଅଧିକ ସମ୍ପତ୍ତିର ହିସାବ ଦେଇ ନପାରି ଶେଷରେ ଗତକାଲି ବନ୍ଧା ହୋଇଥିଲେ ଆଗଲପୁର ବ୍ଲକର ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା।

ବିଭିନ୍ନ ଯୋଜନାରେ ଅର୍ଥ ଲୁଟ୍ କରିବା ସହିତ ପିସି କାରବାର କରି ମାଲେମାଲ ହୋଇଥିବା କୋଟିପତି  କିରାଣି ପ୍ରଫୁଲ୍ଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ପ୍ରଫୁଲ୍ଲଙ୍କ ବଲାଙ୍ଗିର ଗାନ୍ଧି ନଗରପଡ଼ାରେ ଥିବା ଦୁଇ ମହଲା କୋଠା, ହାଟପଦା ପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ବ୍ଲକରେ ଥିବା କାର୍ଯ୍ୟାଳୟରେ ଏହି  ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ  ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଜଣାପଡିଥିଲା ।

ଆୟ ସଂପର୍କରେ ସଠିକ ତଥ୍ୟ ଦେଖାଇ ନ ପାରିବାରୁ, ଭିଜିଲାନ୍ସ  ପ୍ରଫୁଲ୍ଲ ଓ  ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିଲା।  ପ୍ରଫୁଲ୍ଲଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି।

 

The post ଜେଲ ଗଲେ କୋଟିପତି କିରାଣି appeared first on Odisha Reporter.



from Odisha Reporter https://ift.tt/3AyBnRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages