ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସାକ୍ଷାତ କରିବା ପରେ ଏନେଇ କଳ୍ପନାଜଳନା ବଢ଼ିବାରେ ଲାଗିଛି । ଗତକାଲି ହୋଇଥିବା ସାକ୍ଷାତ ପରେ ଆଜି ଦିନ ୧୧ଟା ୩୦ରେ ଗୀତଗୋବିନ୍ଦ ସଦନରେ ପ୍ରେସମିଟ୍ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପ୍ରେସମିଟ୍ରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।
ଗତକାଲି ସାକ୍ଷାତ ସମୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।ଏଥିସହ ଗତକାଲି ହୋଇଥିବା ସହ ସର୍ବଦଳୀୟ ବୈଠକ ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। । ରାଜ୍ୟପାଳଙ୍କ ବ୍ୟତୀତ ପୁଲିସ୍ ଡିଜି ସୁନୀଲ ବଂଶଲ ଓ ଗୃହ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ । ତେଣୁ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଛି।
ଗତକାଲି ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ମାନେ ପଞ୍ଚାୟତ ନିର୍ବାଚନ ୩ମାସ ଘୁଞ୍ଚାଇବାକୁ ଦାବି କରିଛନ୍ତି। କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକ ଦାବି କରିଛନ୍ତି। ଏହା ସହିତ ପଛୁଆ ବର୍ଗ ଓ ଏସ୍ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଅପରପକ୍ଷେ, ବିଜେଡି କିନ୍ତୁ ଠିକ୍ ସମୟରେ ନିର୍ବାଚନ ସପକ୍ଷରେ ମତ ଦେଇଛି ।
ଗତକାଲି ଆୟୋଜିତ ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ି କହିଥିଲେ,’କୋଭିଡ୍ ସ୍ଥିତିରେ ପଞ୍ଚାୟତ ନିର୍ବାଚନ କେମିତି କରାଯିବ ଓ କରାଯିବ କି ନାହିଁ, ସେ ନେଇ ସବୁ ଦଳ ସେମାନଙ୍କ ମତାମତ ଦେଇଛନ୍ତି। ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ (ସିଇସି) ଗାଇଡଲାଇନ କରିଛନ୍ତି। ସିଇସିଙ୍କ ଗାଇଡଲାଇନ ଆଧାରରେ ଆମେ ଗାଇଡଲାଇନ କରୁଛୁ। ଖୁବ୍ ଶୀଘ୍ର ଆମେ ଉକ୍ତ ଗାଇଡଲାଇନ ଜାରି କରିବୁ।’
ଗଣମାଧ୍ୟମ ସମ୍ମୁଖରେ ରାଜ୍ୟ ନିର୍ବାଚନ କମିଶନର ଏପରି ମତ ଦେବା ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଆଜି ପ୍ରେସ୍ମିଟ୍ ଡାକିଥିବାରୁ ଆଜି ହିଁ ନିର୍ବାଚନ ତାରିଖ ଘୋଷଣା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
The post ଆଜି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ appeared first on Odisha Reporter.
from Odisha Reporter https://ift.tt/3nddE4o
No comments:
Post a Comment