ରେଷ୍ଟୁରାଣ୍ଟ ଏବଂ ବାର ଡାଇନିଂରେ ବସି ଖାଇବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 10, 2022

ରେଷ୍ଟୁରାଣ୍ଟ ଏବଂ ବାର ଡାଇନିଂରେ ବସି ଖାଇବା ମନା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କୌଣସି ଅମୋଘ ଅସ୍ତ୍ର ବାହାରି ନାହିଁ। ଏକମାତ୍ର ବିକଳ୍ପ ହେଉଛି ସାବଧାନ ଓ ସତର୍କତା ରହିବା। ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ କଟକଣାକୁ ବୃଦ୍ଧି କରାଯାଉଛି। ଏଣିକି  ରେଷ୍ଟୁରାଣ୍ଟ ଏବଂ ବାରରେ ଡାଇନିଂ ଉପରେ ବସି ଖାଇବାକୁ  ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିଷ୍ପତ୍ତି ନେଇଛି।

କେବଳ ହୋମ୍‌ ଡେଲଭରି ପାଇଁ ଅନୁମତି ଦିଆଯାଇଛି । ସୋମବାର ଦିଲ୍ଲୀ ଏଲଜି ଅନିଲ ବୈଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହା ପୂର୍ବରୁ  ଜାତୀୟ ରାଜଧାନୀର ରେଷ୍ଟୁରାଣ୍ଟ ଏବଂ ବାରଗୁଡିକୁ ୫୦ ପ୍ରତିଶତ କ୍ଷମତାକୁ ଅନୁମତି ଦିଆଯାଇଥିଲା।

ଏବେ ଏହି କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି।  ଦିଲ୍ଲୀରେ ଲକ୍‌ଡାଉନ୍‌ ଚାହୁଁ ନଥିବା ସରକାର ଅଧିକ ପ୍ରତିଷେଧକ ମୂଳକ ଓ ସତର୍କତାମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି। ତେଣୁ ରେଷ୍ଟୁରାଣ୍ଟଗୁଡିକରେ ଡାଇନ-ଇନ୍ ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ   ସ୍ ଗୁଡିକରେ ସିଟ୍‌ କ୍ଷମତାକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଦିଲ୍ଲୀର ୧୯,୧୬୬ଟି ନୂଆ ସଂକ୍ରମଣ ଚିହ୍ନଟ ହୋଛି।

୧୭ ଜଣଙ୍କର ମୃତ୍ୟୁ ଘଟିଥିବା ରେକର୍ଡ଼ ହୋଛି। ଦିଲ୍ଲୀରେ ପଜିଟିଭିଟି ହାର ବର୍ତ୍ତମାନ ୨୫ ପ୍ରତିଶତ ରହିଛି। ଯାହା ଗତ ବର୍ଷ ମେ ୫ରୁ ସର୍ବାଧିକ। ସେହିପରି ଦିଲ୍ଲୀରେ ବର୍ତ୍ତମାନ ୬୦,୭୩୩ ସକ୍ରିୟ ସଂକ୍ରମଣ ମାମଲା ରହିଛି। ୩୫,୭୧୪ ଜଣ ଏବେ ହୋଆଇସୋଲେସନ୍‌ରେ ଅଛନ୍ତି। ଦିଲ୍ଲୀରେ ପ୍ରାୟ ୧୦୦୦ ପୁଲିସ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡ଼ିଛି।

The post ରେଷ୍ଟୁରାଣ୍ଟ ଏବଂ ବାର ଡାଇନିଂରେ ବସି ଖାଇବା ମନା appeared first on Odisha Reporter.



from Odisha Reporter https://ift.tt/3t9BaD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages