ଏଥର ବଜେଟ ପୂର୍ବରୁ ହେଲାନି ହାଲୱା ସେରିମନି, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 28, 2022

ଏଥର ବଜେଟ ପୂର୍ବରୁ ହେଲାନି ହାଲୱା ସେରିମନି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ବଦଳିଲା ପରମ୍ପରା। ବର୍ଷ ବର୍ଷ ଧରି ସଂସଦରେ ବଜେଟ ପ୍ରସ୍ତୁତି ପୂର୍ବରୁ ପାରମ୍ପରିକ ହାଲୱା ସେରେମନି ଆୟୋଜିତ ହେଉଥିବା ବେଳେ ଏଥର କିନ୍ତୁ ସେଥିରେ ଲାଗିଛି ବ୍ରେକ୍‌। ଏଥର କର୍ମଚାରୀଙ୍କୁ ହାଲୱା ବଦଳରେ ମିଳିଛି ମିଠା ।

ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ଏଥିରେ ନିୟୋଜିତ କର୍ମଚାରୀଙ୍କୁ ଲକ୍‌-ଇନ୍‌ କରିବାର ପରମ୍ପରା ରହିଛି। ପ୍ରତିବର୍ଷ ବଜେଟ ଉପସ୍ଥାପନର ପ୍ରାୟ ୧୦ ଦିନ ପୂର୍ବରୁ ଏକ ବିଶାଳ କଢ଼େଇରେ ହାଲୱା ପ୍ରସ୍ତୁତ କରାଯାଇ ନର୍ଥବ୍ଲକର ପୁରା ଷ୍ଟାଫଙ୍କୁ ପରସା ଯାଏ। ଏହି କାର୍ଯ୍ୟକ୍ରମ ପରେ ସିଧା ବଜେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।

ଏହି ସମୟରେ କର୍ମଚାରୀମାନେ ସେମାନଙ୍କ ପରିବାରଠୁ ଦୂରେଇ ରହୁଥିବା ବେଳେ ସେମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରି ଦିଆଯାଇଥାଏ। ଏହି ସମୟରେ ସମ୍ପୃକ୍ତ କର୍ମଚାରୀଙ୍କ ସ୍ୱାଗତ ନିମନ୍ତେ ‘ହାଲୱା ସେରିମନି’ ଆୟୋଜିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ପ୍ରୋଟୋକଲ ପାଳନ କରାଯାଇ ଲକ୍‌-ଇନ୍‌ ପୂର୍ବରୁ କର୍ମଚାରୀଙ୍କୁ ହାଲୱା ବଦଳରେ ମିଠା ବଣ୍ଟା ଯାଇଛି।

ବଜେଟର ଗୋପନୀୟତାକୁ କାଏମ ରଖିବାକୁ ଏହି ସେରିମନି ପରଠୁ କର୍ମଚାରୀଙ୍କୁ ଲକ୍‌-ଇନ୍‌ କରି ରଖାଯିବ। ଛପେଇ କର୍ମଚାରୀଙ୍କୁ ମଧ୍ୟ ନର୍ଥ ବ୍ଲକ ବେସମେଟରେ ଥିବା ପ୍ରିଣ୍ଟିଂଙ୍ଗ ପ୍ରେସରେ ବଜେଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ରହିବାକୁ ପଡ଼ିବ । ଅର୍ଥ ମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ପରେ ହିଁ ଲକ୍‌-ଇନ୍‌ ହୋଇଥିବା କର୍ମଚାରୀଙ୍କୁ ସେମାନଙ୍କ ପରିବାର ସହ ସମ୍ପର୍କ କରିବାର ସୁଯୋଗ ମିଳିବ ।

୨୦୨୨-୨୦୨୩ ଆର୍ଥିକ ବର୍ଷ ନିମନ୍ତେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖରେ ବଜେଟ ଉପସ୍ଥାପନ କରିବେ।  ସୀତାରମଣ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପ କରିବେ। ପୂର୍ବ ବର୍ଷ ପରି ଏଥର ବି ପେପରଲେସ୍‌ ବଜେଟ ଉପସ୍ଥାପିତ ହେବ ।

ସାଂସଦ ତଥା ସାଧାରଣ ଲୋକ ସହଜରେ ବଜେଟ ସମ୍ପକୀତ ତଥ୍ୟ ପାଇବା ନିମନ୍ତେ ‘ୟୁନିଅନ ବଜଟ ମୋବାଇଲ ଆପ୍‌’ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥର ବି ସାଧାରଣ ଲୋକ ବଜେଟ ସମ୍ପର୍କରେ ଜାଣିବାକୁ ଚାହିଁଲେ ଏହି ମୋବାଇଲ ଆପ୍‌କୁ ଆସେସ କରିପାରିବେ। ଏହା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେବ । ଯେଉଁଥିରେ କେନ୍ଦ୍ରୀୟ ବଜେଟର ସମସ୍ତ ୧୪ ଦସ୍ତାବିଜକୁ  ଦେଖା ଯାଇପାରିବ । ଏଥିରେ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ବଜେଟ ଭାଷଣ, ବଜେଟ, ଆର୍ଥିକ ବିଧେୟକ ଆଦି ସାମିଲ ହେବ ।

The post ଏଥର ବଜେଟ ପୂର୍ବରୁ ହେଲାନି ହାଲୱା ସେରିମନି, ଜାଣନ୍ତୁ କାରଣ appeared first on Odisha Reporter.



from Odisha Reporter https://ift.tt/3r4a2E6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages