ମା‘ ପାଇଁ ପ୍ରଚାର କରୁ କରୁ ପୁଅ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 28, 2022

ମା‘ ପାଇଁ ପ୍ରଚାର କରୁ କରୁ ପୁଅ ନିଖୋଜ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମା’ ପାଇଁ ପ୍ରଚାର କରିବାକୁ ଯାଇ ପୁଅ ନିଖୋଜ। ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ପଞ୍ଚାୟତରୁ।

ଏହି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ନିରୂପମା ମହାପାତ୍ର। ତାଙ୍କ ପାଇଁ ପ୍ରଚାର କରିବାକୁ ତାଙ୍କ ପୁଅ ପ୍ରତାପ ଗତକାଲି ସକାଳେ ଘରୁ ବାହାରି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି଼ ଥିଲେ ବି ପାଇ ନଥିଲେ। ଏହା ପରେ ସେମାନେ ବାଘମାରୀ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ଗତକାଲି ପୁରୀ ସଦର ଥାନା ଅନ୍ତର୍ଗତ କାଶୀହରିପୁରର ବସନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିଲା। ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମାମାଡ଼ ହୋଇଥିଲା। କେହି ଆକ୍ରୋଶମୂଳକ ଭାବେ ତାଙ୍କ ଘର ପଛପଟେ ବୋମାମାଡ଼ କରିଥିବା ମୁକ୍ତିକାନ୍ତ ପଣ୍ଡା କହିଥିଲେ।

 

The post ମା‘ ପାଇଁ ପ୍ରଚାର କରୁ କରୁ ପୁଅ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3GczQlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages