ବାପାଙ୍କ ସହ କଥା ହେବା ପରେ ୬ ମହଲାରୁ ଡେଇଁ ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 30, 2022

ବାପାଙ୍କ ସହ କଥା ହେବା ପରେ ୬ ମହଲାରୁ ଡେଇଁ ପଡ଼ିଲେ

ଜୟପୁର: ଜଣେ ଯୁବତୀ ତାଙ୍କ ବାପାଙ୍କୁ ଫୋନ୍ କରି କହିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଆଉ ତା’ପରେ ସେ ହୋଟେଲର ଷଷ୍ଠ ମହଲାରୁ ଡେଇଁ ପଡ଼ିଥିଲେ। ଘଟଣାଟି ଘଟିଛି ରାଜସ୍ଥାନର ଯୋଧପୁର ସହରରେ।

୬ ମହଲାରୁ ଡେଇଁଥିଲେ ବି ଉକ୍ତ ଯୁବତୀଙ୍କର ମୃତ୍ୟୁ ହୋଇନାହିଁ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ଛାତିର କିଛି ହାଡ଼ ବି ଭାଙ୍ଗିଛି। ତାଙ୍କର ବହୁତ ରକ୍ତସ୍ରାବ ହୋଇଛି। ସେଥିପାଇଁ ତାଙ୍କୁ ରକ୍ତ ଦିଆଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ଯୁବତୀଙ୍କ ନାଁ ଗୁନ୍‌ଗୁନ୍‌ ଉପାଧ୍ୟାୟ। ସେ ଜଣେ ଫ୍ୟାସନ୍ ମଡେଲ୍‌। ତାଙ୍କ ଘର ଯୋଧପୁର ସହରରେ। ଗତ ଶନିବାର ରାତିରେ ସେ ଉଦୟପୁରରୁ ଯୋଧପୁରକୁ ଫେରିଥିଲେ। ତେବେ ଘରକୁ ନଯାଇ ଏକ ହୋଟେଲରେ ରହିଥିଲେ।

ଗୁନ୍‌ଗୁନ୍‌ ହୋଟେଲରୁ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ ଓ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ। ଏହା ଶୁଣି ତାଙ୍କ ବାପା ପୁଲିସ୍‌କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ପୁଲିସ୍ ଗୁନ୍‌ଗୁନ୍‌ଙ୍କ ଫୋନ୍ ଟ୍ରାକ୍‌ କରି ହୋଟେଲ୍‌ରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲ୍‌ରୁ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ।

ଗୁନ୍‌ଗୁନ୍‌ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନି। ପୁଲିସ୍‌ କହିଛି ଯେ ଏବେ ସେ କିଛି କହିବା ସ୍ଥିତିରେ ନାହାନ୍ତି। ସେ କଥା କହିବା ସ୍ଥିତିକୁ ଆସିଲେ ହିଁ ଘଟଣା ପଛର କାରଣ ଜଣାପଡ଼ିବ। ତେବେ ପୁଲିସ୍ ଘଟଣାର ଛାନ୍‌ଭିନ୍ ଜାରି ରଖିଛି।

The post ବାପାଙ୍କ ସହ କଥା ହେବା ପରେ ୬ ମହଲାରୁ ଡେଇଁ ପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/pe3zvUkJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages