ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଓ ସଇଁତଳା ମଝିରେ ଥିବା ଗୁଏଲଭାଡ଼ି ଛକ ନିକଟରେ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାଁ ରମେଶ ନାଗ। ସେ ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନାରେ କାମ କରୁଥିଲେ। ସେହିପରି ଆହତ ବ୍ୟକ୍ତି ଜଣଙ୍କ ହେଲେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ଵର ସାହୁ। ତାଙ୍କୁ ଟିଟିଲାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ରମେଶ ବଡ଼ମାଲରୁ ବାଇକ୍ ଯୋଗେ ଶ୍ୱଶୁର ଘର କତରକିଲ୍ଲା ଯାଉଥିଲେ। ଏହି ସମୟରେ ଗୁଏଲଭାଡ଼ି ଛକ ନିକଟରେ ବିପରୀତ ଦିଗରୁ କାର୍ ସହିତ ତାଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍ଟି ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ କାର୍ଟି ଓଲଟି ପଡ଼ିଥିଲା। କାରରେ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ତାଙ୍କ ଡ୍ରାଇଭର ଥିଲେ।
ଦୁର୍ଘଟଣାରେ ଗୁରୁତର ଆହତ ଥିବା ରମେଶଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ରମେଶଙ୍କର ଚାରି ଜଣ ଝିଅ ଅଛନ୍ତି। ଗୋଟିଏ ଝିଅର ବିବାହ ହୋଇଛି। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।
The post ଶ୍ୱଶୁର ଘରେ ପହଞ୍ଚି ପାରିଲେ ନାହିଁ, ଅଧା ବାଟରେ ଚାଲିଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/zrLiH71JP
No comments:
Post a Comment