ପ୍ରଶାନ୍ତ କିଶୋରଙ୍କ ସହ କାହିଁକି ବିଗିଡ଼ି ଗଲା ଡିଲ୍‌, ରାଜ କହିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 21, 2022

ପ୍ରଶାନ୍ତ କିଶୋରଙ୍କ ସହ କାହିଁକି ବିଗିଡ଼ି ଗଲା ଡିଲ୍‌, ରାଜ କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ପ୍ରଶାନ୍ତ କିଶୋରଙ୍କୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ନିର୍ବାଚନ ରଣନୀତିଜ୍ଞ  ପ୍ରଶାନ୍ତ କିଶୋରଙ୍କ ସହ କାହିଁକି ଡିଲ ହୋଇ ନପାରିଲା ତାର ରାଜ୍ ଖୋଲିଛନ୍ତି ପ୍ରିୟଙ୍କା।  ପ୍ରଶାନ୍ତ କିଶୋର ଗତ ବର୍ଷ ବର୍ଷ କଂଗ୍ରେସରେ ଯୋଗଦେବା ସମ୍ଭାବନା ଥିଲା । କିନ୍ତୁ ତାହା ହୋଇ ପାରିନଥିଲା ବୋଲି ମାନିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି ଯେ, ଏହି ଚୁକ୍ତି ନହୋଇପାରିବାର କାରଣ ଅନେକ ରହିଛି। କିଛି କାରଣ ଦୁଇ ପଟୁ ରହିଛି। ମୁଁ ଏହାର ସବିଶେଷ ତଥ୍ୟ ଦେବାକୁ  ଚାହୁଁ ନାହିଁ ବୋଲି ସେ କହିଛନ୍ତି ।  ମୋଟାମୋଟି ଭାବେ କହିବାକୁ ଗଲେ, ଏହା କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସହମତ ହୋଇପାରିଲା ନାହିଁ।  ଯାହା ଆଲୋଚନାର ଅଗ୍ରଗତିରେ ବାଧା ସୃଷ୍ଟି କଲା। ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ସୃଷ୍ଟି ହୋଇ ଥିଲା । କିନ୍ତୁ କିଛି କିନ୍ତୁ କିଛି କାରଣ ପାଇଁ ସମ୍ପର୍କ ଆଗୁକୁ ବଢ଼ିପାରିଲା ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ଗତ ବର୍ଷ ତିନିଜଣ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସହ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା ।

ରାହୁଲ ଗାନ୍ଧିଙ୍କ ଘରକୁ  ପ୍ରଶାନ୍ତ କିଶୋର ଯାଉଥିବା ଫଟୋ ଭାଇରାଲ ହୋଇଥିଲା ।  କଂଗ୍ରେସରେ ଏଣ୍ଟ୍ରି ନେଇ  ଡିଲ୍ ମଧ୍ୟ ଫାଇନାଲ ହୋଇଥିବା କୁହାଯାଉଥିଲା। ହେଲେ ପରେ ପ୍ରଶାନ୍ତ କିଶୋର କିଶୋରଙ୍କ କଂଗ୍ରେସ ବିରୋଧୀ ବୟାନ ସମସ୍ତଙ୍କୁ ଚକିତ କରିଦେଲା। ସେ କହିଥିଲେ ଯେ,  କଂଗ୍ରେସର ନେତୃତ୍ୱ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଇଶ୍ୱରୀୟ ଅଧିକାର ନୁହେଁ। ଗତ ୧୦ ବର୍ଷରେ ଦଳ ଯେତେବେଳେ ୯୦ ପ୍ରତିଶତ ନିର୍ବାଚନ ହାରି ସାରିଛି ସେତେବେଳେ ନେତୃତ୍ୱକୁ ଏକ ସ୍ଥାୟୀ ଅଧିକାର ଭାବେ ଜାହିର କରିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ପ୍ରଶାନ୍ତ। ବିରୋଧି ଦଳରେ ବି ନେତୃତ୍ୱ ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ ବୋଲି ପ୍ରଶାନ୍ତ କହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କହିଥିଲେ ଯେ , ବହୁ ଦଶନ୍ଧି ଧରି ବିଜେପି କୁଆଡ଼େ ଯିବାର ନାହିଁ।

ରାହୁଲ ଗାନ୍ଧିଙ୍କ ସମସ୍ୟା ହେଉଛି ଯେ, ତାଙ୍କୁ ଏହା ଅନୁଭବ ହେଉ ନାହିଁ।  ନିକଟରେ ପ୍ରଶାନ୍ତ କହିଥିଲେ ଯେ, ଆଗାମୀ ଦିନରେ ବିଜେପି ହାରୁ ଅବା ଜିତୁ  କିନ୍ତୁ ସେ ରାଜନୈତିକ କେନ୍ଦ୍ର ବିନ୍ଦୁରେ ରହିବ। ଠିକ୍ ଯେମିତି ଅବସ୍ଥା ସ୍ୱାଧୀନତାର ପରେ କଂଗ୍ରେସର ଥିଲା। ୨୦୧୭ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଙ୍କ କଂଗ୍ରେସ ସହ ରଣନୀତି ସମ୍ପୂର୍ଣ୍ଣ ଫେଲ ମାରିଥିଲା । ଏଠାରେ କଂଗ୍ରେସ ଏବଂ ଅଖିଳେସଙ୍କ ସମାଜବାଦୀ ପାର୍ଟିର ମେଣ୍ଟକୁ ହରାଇ ବିଜେପି କ୍ଷମତାକୁ  ଆସିଥିଲା। ଅବଶ୍ୟ ପ୍ରଶାନ୍ତଙ୍କ ରଣନୀତି ପଞ୍ଜାବରେ ସଫଳ ହୋଇଥିଲା। ପଞ୍ଜାବରେ କଂଗ୍ରେସ ଶାସନକୁ ଆସିଥିଲା।

The post ପ୍ରଶାନ୍ତ କିଶୋରଙ୍କ ସହ କାହିଁକି ବିଗିଡ଼ି ଗଲା ଡିଲ୍‌, ରାଜ କହିଲେ ପ୍ରିୟଙ୍କା appeared first on Odisha Reporter.



from Odisha Reporter https://ift.tt/3Kwn3hs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages