ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 21, 2022

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):  ଫିଲ୍ମ ଷ୍ଟାଇଲରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଚାରି ଜଣ ଯୁବକ। ଏଭଳି  ଘଟଣା ଘଟିଛି ବଲାଙ୍ଗିର ସହର ମାଳପଡାର ମେଟାକାନୀ ଛକ ନିକଟରେ। ଆହତ ଯୁବକ ଜଣଙ୍କ ହେଲେ ପିକୁନ ଦଣ୍ଡସେନା। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିକୁନ ଇଚ୍ଛାପଡ଼ାର ବାସିନ୍ଦା।

ମିଳିଥିବା ସୂଚନା ଅନୁଚସାରେ, ଗତକାଲି ପିକୁନ ଓ ଅନ୍ୟ ଚାରି ଜଣ ଯୁବକଙ୍କର କୌଣସି କଥାକୁ ନେଇ ମାଳପଡାର ମେଟାକାନୀ ଛକ ନିକଟରେ ବଚସା ହୋଇଥିଲା। ପରେ ଏହି ଚାରି ଜଣ ଯୁବକ ପିକୁନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପିକୁନକୁ ବୁର୍ଲା ଭୀମସାର ପଠାଯାଇଛି।

ଆକ୍ରମଣ ପଛର କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।  ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ବଲାଙ୍ଗିର ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।

 

 

The post ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ appeared first on Odisha Reporter.



from Odisha Reporter https://ift.tt/35i6O7H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages