ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଜଙ୍ଗଲରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ । ଉଦ୍ଧାର ଯୁବକଙ୍କ ହାତ ଓ ଗୋଡରେ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲା ସମରଖାଇ ନିକଟ ଜଙ୍ଗଲରୁ ଏପରି ମୁମୂର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମିଳି ପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍।
ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଚେତାଶୂନ୍ୟ ଅବସ୍ଥାରେ ଜଣେ ଯୁବକ ଜଣକ ପଡି ରହିଥିବା ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ । ତାଙ୍କ ନିକଟକୁ ଯିବାରୁ ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚେତାଶୂନ୍ୟ ଥିବାରୁ ପରିଚୟ ମିଳି ପାରି ନାହିଁ ।
ଅନ୍ୟପଟେ ହାତ ଓ ଗୋଡ ବାନ୍ଧି ତାଙ୍କୁ ଜଙ୍ଗଲ ଭିତରେ କିଏ ଫିଙ୍ଗି ଦେଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରୁ ଯୁବକ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/3AqtApr
No comments:
Post a Comment