ରାଜ୍ୟରେ ଚିହ୍ନଟ ହେଲେ ୧୧,୬୦୭ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୪,୩୪୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 18, 2022

ରାଜ୍ୟରେ ଚିହ୍ନଟ ହେଲେ ୧୧,୬୦୭ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୪,୩୪୭

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଜଣ ଅଛନ୍ତି। ୧୧,୬୦୭ ଜଣଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୮୪୭୯ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ଷ୍ଟେଟପୁଲ୍‌ରୁ ୮୭୭, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧,ରାୟଗଡ଼ାରୁ ୨୨୯, ବଲାଙ୍ଗିରରୁ ୨୨୯, ଝାରସୁଗୁଡ଼ାରୁ ୨୧୯, ନୟାଗଡ଼ରୁ ୨୦୬, ଅନୁଗୋଳ ୧୮୫ ଓ ମୟୂରଭଞ୍ଜରୁ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ବରଗଡ଼ରୁ ୧୪୫, ଭଦ୍ରକ ୧୫୩, ନବରଙ୍ଗପୁର ୧୪୯, ନୂଆପଡ଼ା ୧୬୬,ପୁରୀ ୧୫୭,ସୋନପୁର ୧୧୪, ବୌଦ୍ଧ ୭୮,ଦେବଗଡ଼ ୭୫, ଢେଙ୍କାନାଳ ୭୧,ଗଜପତି ୮୭, ଗଞ୍ଜାମ ୯୩, ଜଗତସିଂହପୁର ୧୩୪, କନ୍ଧମାଳ ୧୦୩, କନ୍ଧମାଳ ୮୦, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୨୧, କୋରାପୁଟ ୧୬୮ ଓ ମାଲକାନଗିରିରୁ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭୩ହଜାର୭୭୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୪୭୭୦ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮, ୪୯୪ କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ  ଛଅ  ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଅଡିଟ୍ ପ୍ରୋସେସରେ ଆଉ  ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ  ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

The post ରାଜ୍ୟରେ ଚିହ୍ନଟ ହେଲେ ୧୧,୬୦୭ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୪,୩୪୭ appeared first on Odisha Reporter.



from Odisha Reporter https://ift.tt/3ry46lB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages