୬ ବର୍ଷର ଛୁଆଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

୬ ବର୍ଷର ଛୁଆଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ଫ୍ରାନ୍ସ: ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’କୁ ନେଇ ବଢ଼ିଛି ଚିନ୍ତା। ଚାରିଆଡେ କାୟା ମେଲାଇ ସାରିଲାଣି ଏହି ନୂଆ ଭାରିଏଣ୍ଟ। ଏହା ଅଧିକ ସଂକ୍ରମାକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ହୁ’ର ଏହି ଚେତାବନୀ ଏବେ ସତ ପ୍ରମାଣିତ ହେବା ଭଳି ମନେ ହେଉଛି। ଫ୍ରାନ୍ସରେ କରୋନା ବିସ୍ଫୋରଣ ହୋଇଛି। ଗତ ୨୪ ଘଣ୍ଟାରେ ଏଠି ୨ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଲଗାତର ଚତୁର୍ଥ ଦିନ ପାଇଁ ଏଭଳି କରୋନା ମାମଲା ଏଠି ରେକର୍ଡ କରାଯାଇଛି। ଏହାକୁ ନେଇ ଏବେ ଫ୍ରାନ୍ସ ରାଷ୍ଟ୍ରପତି କଟକଣା ଲାଗୁ କରିଛନ୍ତି।

ଆଗାମୀ କିଛି ସପ୍ତାହ ବେଶ୍‌ କଠିନ ସମୟ ଦେଇ ଗତି କରିବ। କାରଣ ନୂଆ କରୋନା ମାମଲା ଆହୁରି ବଢ଼ିପାରେ। ଏଥିପାଇଁ ଅଧିକ ସତର୍କ ରହିବାକୁ ପଡିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ୍‌ ମକ୍ରୋନ୍‌ କହିଛନ୍ତି।

ସେପଟେ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାକୁ ମୁତାବକ, ଏଠି କରୋନାର ନୂଆ ମାମଲା ମଧ୍ୟରେ ୬୨ ପ୍ରତିଶତ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ପର୍ତ୍ତୁଗାଲ ସମେତ ଅନେକ ୟୁରୋପୀୟ ଦେଶରେ ଓମିକ୍ରନ୍‌ ବେଶ୍‌ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଏଥିଲାଗି ଫ୍ରାନ୍ସରେ କଡା କଟକଣା ଲାଗୁ କରାଯାଇଛି। ୬ ବର୍ଷର ପିଲାଙ୍କ ପାଇଁ ମଧ୍ୟ ଏଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଶନିବାର ଦିନ ସାର୍ବଜନିକ ସ୍ଥାନରେ ୬ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି। ଏଠାକାର ସରକାର ମାସ୍କ ପିନ୍ଧିବା ପାଇଁ ପିଲାଙ୍କ ବୟସସୀମା ୧୧ ବର୍ଷରୁ ହ୍ରାସ କରି ୬ ବର୍ଷ କରିଛନ୍ତି। ଏଭଳି କରି ସେଠାକାର ସରକାର ସ୍କୁଲ ବନ୍ଦ ନକରିବାକୁ ଚେଷ୍ଟା କରୁଛନ୍ତି।

ସୋମବାର ଦିନ ଫ୍ରାନ୍ସରେ ସ୍କୁଲ ଖୋଲିବ ପୁନଃ ପାଠପଢ଼ା ଆରମ୍ଭ ହେବ। ଛୋଟ ପିଲାମାନେ ସର୍ବସାଧାରଣ ପରିବହନ, କ୍ରୀଡା କମ୍ପ୍ଲେକ୍ସ ଏବଂ ପୂଜାପାଠରେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଘୋଷଣା କରାଯାଇଛି। ପ୍ୟାରିସ ଏବଂ ଲିଅନ୍‌ ଭଳି ସହରରେ ମଧ୍ୟ ଏହି ଆଦେଶ ଲାଗୁ କରାଯାଇଛି।

ନିକଟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିୟମ ଲାଗୁ କରାଯାଇଥିଲା। ଫ୍ରାନ୍ସ ସରକାର ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ମହାମାରୀର ପଞ୍ଚମ ଲହରକୁ ମୁକାବିଲା କରିବା ପାଇଁ କିନ୍ତୁ ଲକଡାଉନ୍‌ ଲାଗୁ କରିନାହାନ୍ତି, କାରଣ ଏହା ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।  ଫ୍ରାନ୍ସରେ କୋଭିଡ-୧୯ ଯୋଗୁଁ ୧୨୩,୦୦୦ଲୋକଙ୍କର ମୃତ୍ୟୁ ହୋଇଛି। ୟୁରୋପରେ କୋଭିଡ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଫ୍ରାନ୍ସ ଏବଂ ବ୍ରିଟେନ ସାମିଲ ଅଛି।

The post ୬ ବର୍ଷର ଛୁଆଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ appeared first on Odisha Reporter.



from Odisha Reporter https://ift.tt/3pKbQkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages