କ’ଣ ଏହି ‘ବୁଲ୍ଲି ବାଈ’ ଡିଲ୍‌, ଯାହାକୁ ନେଇ ଚାଲିଛି ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

କ’ଣ ଏହି ‘ବୁଲ୍ଲି ବାଈ’ ଡିଲ୍‌, ଯାହାକୁ ନେଇ ଚାଲିଛି ବିବାଦ

ନୂଆଦିଲ୍ଲୀ: ‘ବୁଲ୍ଲି ବାଈ’ ଡିଲ୍‌। ଏହା ଏକ ଆପ୍‌। ଏହି ଆପ୍‌ ସୋଶାଲ ମିଡିଆରେ ଘୃଣା ସୃଷ୍ଟି କରୁଛି, ଯାହାକୁ ନେଇ ବିବାଦ ବଢ଼ିଛି। ଏହି ଆପ୍‌କୁ କିଛି ଆଣ୍ଟି ସୋଶାଲ ବ୍ୟକ୍ତି ତିଆରି କରିଥିବା ସନ୍ଦେହ କରାଯାଉଛି। ଏହି ଆପ୍‌ ଜାରିଆରେ ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବିରୋଧ କରିବା ସହ ମୁସ୍‌ଲିମ୍‌ ମହିଳାମାନଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କ ବିରୋଧରେ ଘୃଣାଭାବ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି।

‘ବୁଲ୍ଲି ବାଈ’ ଆପ୍‌ ଠିକ୍‌ ସେହିଭଳି କାମ କରେ, ଯେଉଁ ଭଳି କିଛି ଦିନ ପୂର୍ବେ ‘ସୁଲ୍ଲି ଡିଲ୍‌’ ଆପ୍‌ ଆସିଥିଲା। Githubରେ ‘ସୁଲ୍ଲି ଡିଲ୍’ ଆପ୍‌କୁ ଲଞ୍ଚ କରାଯାଇଥିଲା। ଏବେ ‘ବୁଲ୍ଲି ବାଈ’ ଆପ୍‌କୁ ମଧ୍ୟ Githubରେ ହିଁ ଲଞ୍ଚ କରାଯାଇଛି।

Github କ’ଣ?

Github ହେଉଛି ଏକ ହୋଷ୍ଟିଂ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଆପ୍ ମିଳିଯିବ। ଏହା ଏକ ଓପନ୍‌ ସୋର୍ସ ପ୍ଲାଟଫର୍ମ, ଯାହା ୟୁଜର୍ସଙ୍କୁ ଆପ୍‌ ତିଆରି କରିବା ଓ ଲଞ୍ଚ କରିବାକୁ ଅନୁମତି ଦିଏ। ଏଥିପାଇଁ ଆପଣଙ୍କୁ ଇ-ମେଲ୍ର ଆବଶ୍ୟକତା ପଡିଥାଏ।

‘ବୁଲ୍ଲି ବାଈ’ରେ ମୁସ୍‌ଲିମ ମହିଳାମାନଙ୍କ ମାନସିକ ଉତ୍ପିଡନ ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବଳେ ଜଣେ ମହିଳା ସାମ୍ବାଦିକା ଟ୍ୱିଟ୍‌ର୍‌ରେ ନିଜେ ଅଙ୍ଗେ ନିଭାଇଥିବା କଥାକୁ ଶେଆର କରିଥିଲେ। ଏହି ଆପ୍‌କୁ ତିଆରି କରିଥିବା ବ୍ୟକ୍ତିମାନେ ଏହି ମହିଳା ସାମ୍ବାଦିକାଙ୍କ ଫଟୋକୁ ‘ବୁଲ୍ଲି ବାଈ’ ଆପରେ ଶେଆର କରିଛନ୍ତି। ସେମାନେ ଏହି ସାମ୍ବାଦିକାଙ୍କ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ଲେଖୁଛନ୍ତି। ଏହାକୁ ବିରୋଧ କରି ଉକ୍ତ ମହିଳା ସାମ୍ବାଦିକ ଜଣକ ଦିଲ୍ଲୀ ପୁଲିସରେ ମାମଲା ରୁଜୁ କରିଛନ୍ତି।

ବୁଲ୍ଲି ବାଈ ଆପ୍‌ରେ କ’ଣ ହୁଏ?

ଯେତେବେଳେ କେହି ବୁଲ୍ଲି ବାଈ ଆପ୍ ଖୋଲନ୍ତି, ସେମାନଙ୍କ ସାମ୍ନାକୁ ମନଇଚ୍ଛା ମୁସଲମାନ ମହିଳାମାନଙ୍କ ଫଟୋ ଆସେ। ଥରେ ଉପଭୋକ୍ତା ବୁଲ୍ଲି ବାଈ ଖୋଲିବା ପରେ ଏହା ଆପଣଙ୍କୁ ଜଣେ ମୁସଲମାନ ମହିଳାଙ୍କ ଚେହେରା ଦେଖାଏ, ତା’ପରେ ଉପଭୋକ୍ତା ଏହାକୁ ସେହି ଦିନର ‘ବୁଲ୍ଲି ବାଈ’ ଭାବରେ ପ୍ରଦର୍ଶନ କରନ୍ତି। ଏହା ପରେ ସେହି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଏହି ଆପରେ ନିଲାମ ଡକାଯାଏ। ଏହା ପରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ।

ଏଥର ଟ୍ୱିଟର ଏବଂ ଫେସବୁକରେ ସକ୍ରିୟ ଥିବା ୧୦୦ ଜଣ ମହିଳାଙ୍କକୁ ‘ବୁଲ୍ଲି ବାଈ’ ଆପ୍ ଉପରେ ଟାର୍ଗେଟ୍ କରାଯାଇଛି। ଗଣମାଧ୍ୟମ ସମେତ ଅନ୍ୟାନ୍ୟ କ୍ଷେତ୍ରର ମହିଳାମାନେ କହିଛନ୍ତି ଯେ ଏହି ଅଶ୍ଳୀଳ ପ୍ଲାଟଫର୍ମରେ ସେମାନଙ୍କର ନାଁ ଏବଂ ଫଟୋ ବ୍ୟବହାର କରାଯାଉଛି।

କିଏ ତିଆରି କରିଛି ଏହି ଆପ୍‌?

ବୁଲ୍ଲି ବାଈ ଆପ୍‌କୁ କିଏ ତିଆରି କରିଛି। ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଅଭିଯୋଗକାରୀ ମହିଳା ସାମ୍ବାଦିକା ଜଣକ ଯେଉଁ ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି, ତା’ର ୟୁଆର୍‌ଏଲ୍‌ bullibai.github.io ରହିଛି। ଏବେ ଏହି ୟୁଆର୍‌ଏଲ୍‌ ଡିଆକ୍ଟିଭ ହୋଇଯାଇଛି। ମହିଳା ସାମ୍ବାଦିକା ଜଣକ ଯେଉଁ ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି ସେଥିରେ ପଞ୍ଜାବୀ ଭାଷାରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ପ୍ରାୟ ୬ ମାସ ପୂର୍ବେ ଠିକ୍‌ ଏଭଳି ଏକ ବିବାଦୀୟ ଆପ୍‌ ଲଞ୍ଚ ହୋଇଥିଲା। ଯାହାର ନାଁ ଥିଲା ‘ସୁଲ୍ଲି ଡିଲ୍‌’ ଆପ୍‌। ଏହି ଆପ୍‌ ଜରିଆରେ ମଧ୍ୟ କିଛି ପ୍ରତିଷ୍ଠିତ ଓ ଜଣାଶୁଣା ମୁସଲିମ ମହିଳାଙ୍କ ଫଟୋକୁ ଶେଆର କରାଯାଇ ସେଥିରେ ଅଶ୍ଳୀଳ କମେଣ୍ଟ କରାଯାଇଥିଲା। କେବଳ ସେତିକି ନୁହେଁ ନିଲାମ କରିବାକୁ ଘୋଷଣା ମଧ୍ୟ ହୋଇଥିଲା। ଏହି ଆପ୍‌ର ଉପରେ ‘ find your sulli’ ଲେଖା ହୋଇଥିଲା। ଏହି ମାମଲାରେ ମଧ୍ୟ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଏହାପରେ GitHubରୁ ଏହି ଆପ୍‌କୁ ହଟାଇ ଦିଆଯାଇଥିଲା।

The post କ’ଣ ଏହି ‘ବୁଲ୍ଲି ବାଈ’ ଡିଲ୍‌, ଯାହାକୁ ନେଇ ଚାଲିଛି ବିବାଦ appeared first on Odisha Reporter.



from Odisha Reporter https://ift.tt/3FM8DqH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages