ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା କିଓସ୍କରେ ଚାଲିଲା ଅଶ୍ଲୀଳ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 15, 2022

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା କିଓସ୍କରେ ଚାଲିଲା ଅଶ୍ଲୀଳ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ ଗତକାଲି ରାତିରେ ଅଶ୍ଲୀଳ ଭିଡିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ ସାଢ଼େ ୯ଟାରୁ ୯ଟା ୪୫ ମିନିଟ୍ ପର୍ଯ୍ୟନ୍ତ କିଓସ୍କ ଗୁଡ଼ିକରେ ଅଶ୍ଲୀଳ ଭିଡିଓ ଚାଲିଥିଲା। ଏହା ଦେଖିବା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରସାରଣ କରାଯାଏ। ତା’ ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ। କିଓସ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଦାୟିତ୍ୱରେ ରହିଛି। କିନ୍ତୁ କିଓସ୍କରେ କେମିତି ଅଶ୍ଳୀଳ ଭିଡିଓ ଚାଲିଲା, ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।

ରାଜମହଲ ଛକରେ ଏକ ବସ୍‌ଷ୍ଟପ୍‌ରେ ଅଟୋ ପାଇଁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତି ସେଠାରେ ପାଖରେ ଲାଗିଥିବା କିଓସ୍କରେ ଅଶ୍ଲୀଳ ଫଟୋ ସବୁ ଆସିଥିବା କହିଛନ୍ତି। ଯଦିଓ ତାହା କିଓସ୍କ ବୋଲି ସେ ଜାଣି ନାହାନ୍ତି, କିନ୍ତୁ ସେଥିରେ କିଛି ସମୟ ଧରି ଅଶ୍ଲୀଳ ଫଟୋ ସବୁ ଆସିଥିବା କହିଛନ୍ତି।

The post ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା କିଓସ୍କରେ ଚାଲିଲା ଅଶ୍ଲୀଳ ଭିଡିଓ appeared first on Odisha Reporter.



from Odisha Reporter https://ift.tt/323KHAp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages