ହେଟ୍‌ ସ୍ପିଚ୍‌ ମାମଲା: ବନ୍ଧା ହେଲେ ୟତି ନରସିଂହାନନ୍ଦ ଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 15, 2022

ହେଟ୍‌ ସ୍ପିଚ୍‌ ମାମଲା: ବନ୍ଧା ହେଲେ ୟତି ନରସିଂହାନନ୍ଦ ଗିରି

ଲକ୍ଷ୍ନୌ: ହରିଦ୍ୱାର ହେଟ୍‌ସ୍ପିଚ୍‌ ମାମଲାରେ ଆକ୍ସନ ମୋଡ୍‌ରେ ପୁଲିସ। ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲାରେ ଆଉ ଏକ ଗିରଫଦାରୀ ହୋଇଛି। ଏଥର ଧର୍ମ ସଂସଦର କୋର କମିଟି ସଦସ୍ୟ ମହାମଣ୍ଡଳେଶ୍ୱର ୟତି ନରସିଂହାନନ୍ଦ ଗିରିଙ୍କୁ ପୁଲିସ ଗିରଫ କରିଛି। ଏହାପୂର୍ବରୁ ଶନିବାର ଦିନ ଇସ୍‌ଲାମ୍‌ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭିଙ୍କୁ ଗିରଫ କରିଥିଲା ପୁଲିସ।

ନରସିଂହାନନ୍ଦ ଗିରିଙ୍କ ଗିରଫ ପରେ ସନ୍ଥଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଗିରଫ ପରେ ୟତି ନରସିଂହାନନ୍ଦ ପୁଲିସକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ‘ତୁମେ ସବୁ ମରିବ। ହେଟ୍‌ ସ୍ପିଚ୍ ଦେବା ମାମଲାରେ ଧର୍ମଗୁରୁମାନଙ୍କ ମଧ୍ୟରେ ୟତି ନରସିଂହାନନ୍ଦଙ୍କ ନାଁ ମଧ୍ୟ ସାମିଲ ଅଛି।  ତେବେ ଗିରଫଦାରୀର କିଛି ସମୟ ପୂର୍ବରୁ ଧର୍ମ ସଂସଦ କୋର କମିଟି ଶାମ୍ଭବୀ ଆଶ୍ରମରେ ବୈଠକ କରି ୩ ଦିନ ଧରି ଅନଶନ କରୁଥିବା ୟତି ନରସିଂହାନନ୍ଦ ଏବଂ ଅମୃତାନନ୍ଦ ଅନଶନ ଶେଷ କରିବାକୁ ରାଜି ହୋଇଥିଲେ।

ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଘୃଣା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ନାଗରିକ ସଂଗଠନ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଏନ.ଭି ରାମନ୍ନା ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କୁ ଚିଠି ଲେଖିଛନ୍ତି। ହରିଦ୍ୱାର ଧର୍ମ ସଂସଦରେ ମୁସଲମାନମାନଙ୍କ ବିରୋଧରେ ଘୃଣା ଭାଷଣ ପାଇଁ ଉତ୍ତରପ୍ରଦେଶ ପୁଲିସ ଗୁରୁବାର ପ୍ରଥମ ଗିରଫ କରିଥିଲା।

ଏହି ମାମଲାରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ୧୦ରୁ ଅଧିକ ଜଣଙ୍କ ନାଁ ସାମିଲ ଅଛି। ବୁଧବାର ଦିନ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ୧୦ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ଆଫିଡେଭିଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଉତ୍ତରାଖଣ୍ଡ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଯେ, ଉତ୍ତରାଖଣ୍ଡ ହରିଦ୍ୱାରରେ ଆୟୋଜିତ ହୋଇଥିବା ଧର୍ମ ସଂସଦରେ ହିନ୍ଦୁ ସାଧୁ ସନ୍ଥମାନେ ଓ ଅନ୍ୟ ନେତାମାନେ କଥିତ ରୂପେ ମୁସଲମାନମାନଙ୍କ ବିରୋଧରେ ଅସ୍ତ୍ର ଉଠାଇବା ଏବଂ ସେମାନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଇଥିଲେ।

The post ହେଟ୍‌ ସ୍ପିଚ୍‌ ମାମଲା: ବନ୍ଧା ହେଲେ ୟତି ନରସିଂହାନନ୍ଦ ଗିରି appeared first on Odisha Reporter.



from Odisha Reporter https://ift.tt/3KfN2JF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages