୩ ଜାନୁଆରୀ, ସୋମବାର: ସବୁ କ୍ଷେତ୍ରରେ ସଫଳତା ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

୩ ଜାନୁଆରୀ, ସୋମବାର: ସବୁ କ୍ଷେତ୍ରରେ ସଫଳତା ମିଳିବ

ମେଷ: କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ରହିବେ। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ।

ବୃଷ: ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କଳା, ସାହିତ୍ୟ ଓ ସଙ୍ଗୀତ ଆଦି କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବ୍ୟବସାୟରୁ ଭଲ ଲାଭ ମିଳିବ।

ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। କୌଣସି କାର୍ଯ୍ୟରେ ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି।

ସିଂହ: ମନ ଅସ୍ଥିର ରହିପାରେ। ନୂଆ କାର୍ଯ୍ୟ କରିବାକୁ ମନ ବଳାଇ ପାରନ୍ତି। ସବୁ କ୍ଷେତ୍ରରେ ସଫଳତା ମିଳିବ।

କନ୍ୟା: ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। ପାଇବାକୁ ଥିବା ଅର୍ଥକୁ ନେଇ କାହା ସହ ଝଗଡ଼ା ହୋଇପାରେ।

ତୁଳା: ଅର୍ଥଲାଭ ହେବ। ଦିନଟି ଅନୁକୂଳ ରହିବ। ଖଳ ଲୋକଙ୍କ କଥାରେ ପଡ଼ିଲେ ଗୋଳମାଳିଆ ସ୍ଥିତିରେ ପଡ଼ିବେ।

ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବେ। ପରିବାରରେ ଝଗଡ଼ା ହୋଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ।

ଧନୁ: ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆତ୍ମୀୟଙ୍କ ଗହଣରେ ଦିନଟି ହସଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ଆତ୍ମୀୟଙ୍କ ସହଯୋଗ ପାଇ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ହଇରାଣ କରିବାକୁ ସୁଯୋଗ ଅପେକ୍ଷାରେ ରହିବେ।

The post ୩ ଜାନୁଆରୀ, ସୋମବାର: ସବୁ କ୍ଷେତ୍ରରେ ସଫଳତା ମିଳିବ appeared first on Odisha Reporter.



from Odisha Reporter https://ift.tt/3sPeHee

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages