ସରିଲା ନିର୍ବନ୍ଧ, ଖୁବ୍‌ ଶୀଘ୍ର ବିବାହ କରିବେ ରହମାନଙ୍କ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

ସରିଲା ନିର୍ବନ୍ଧ, ଖୁବ୍‌ ଶୀଘ୍ର ବିବାହ କରିବେ ରହମାନଙ୍କ ଝିଅ

ମୁମ୍ବାଇ: ସରିଲା ନିର୍ବନ୍ଧ । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ ଆର ରହମାନଙ୍କ ବଡ଼ ଝିଅ ଖତିଜା ରହମାନ । ଏନେଇ ଖୋଦ ଖତିଜା ଓ ରହମାନ ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ନିଜ ଏନଗେଜମେଣ୍ଟର ଏକ ଫଟୋ ଶେଆର କରି ଖତିଜା ଏକ ଇମୋସନାଲ ନୋଟ ଲେଖିଛନ୍ତି।  ଖତିଜା ଲେଖିଛନ୍ତି, ଅଲ୍ଲାଙ୍କ କୃପାରୁ ମୁଁ ଆଜି ଏହି ଘୋଷଣା କରି ଖୁବ୍‌ ଖୁସି ଅନୁଭବ କରୁଛି ଯେ, ରିୟାସଦ୍ଦିନ ସାୟିକ ମହମ୍ମଦ ନାମକ ଯୁବକଙ୍କ ସହ ମୋର ଏନଗେଜମେଣ୍ଟ ଗତ ୨୯ ତାରିଖରେ ଶେଷ ହୋଇଛି। ଗତ ୨୯ ତାରିଖରେ ମୋ ଜନ୍ମ ଦିନ ଥିବା ବେଳେ ତାହା ମୋ ପାଇଁ ଖୁବ୍‌ ଖାସ୍‌ ଥିଲା। କାରଣ ଏହା ମୋ ଜୀବନର ଅବିସ୍ମରଣୀୟ ଦିନ । ଏହି ଦିନ ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ରିୟାସିଦ୍ଦିନଙ୍କ ସହ ମୋର ଏନଗେଜମେଣ୍ଟ ସମ୍ପନ୍ନ ହୋଇଛି। ଏଥିସହ ତୁମକୁ ମୋ ଜୀବନରେ ପାଇ ଖୁବ୍‌ ଖୁସି ଥିବା ପ୍ରକାଶ କରିଛନ୍ତି ଖତିଜା ।

ଏନଗେଜମେଣ୍ଟ ସେରିମନିରେ ରିୟାସଦ୍ଦିନ ଓ ଖତିଜା ।

ରିୟାସଦ୍ଦିନ ଅଡିଓ ଇଞ୍ଜିନିୟର ଭାବ କାମ କରୁଥିବା ବେଳେ ସେ ଜଣେ ପ୍ରତିଷ୍ଠିତ  ବ୍ୟବସାୟୀ ବୋଲି ଜଣାପଡ଼ିଛି। ଉଭୟଙ୍କ ଏନଗେଜମେଣ୍ଟ ଗତ ୨୯ ତାରିଖରେ ଏକ ପାରିବାରିକ ସମାରୋହରେ ଶେଷ ହୋଇଛି। ଏ ଆର ରହମନ ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି। ଖତିଜା ଓ  ରିୟାସଦ୍ଦିନଙ୍କ ଏନଗେଜମେଣ୍ଟ ସରିଥିଲେ ବି ଉଭୟ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ କିଛି ସୂଚନା ମିଳିନି।

ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ଖତିଜା ରହମାନ ମାତ୍ର ୧୪ ବର୍ଷ ବୟସରୁ ନିଜ ସିଙ୍ଗିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ।  ରୋବୋ ଫିଲ୍ମରେ ନିଜ ପିତାଙ୍କ କମ୍ପୋଜିସନ ଓ ଲିଜେଣ୍ଡ ଏ.ପି ବାଲସୁବ୍ରମନ୍ୟମଙ୍କ ସହ ସେ ନିଜ ସଙ୍ଗିତ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବହୁ ଫିଲ୍ମରେ ନିଜ କଣ୍ଠଦାନ କରି ସେ ଫ୍ୟାନ୍ସଙ୍କ ଭଲ ପାଇବା  ସାଉଣ୍ଟି ପାରିଛନ୍ତି।  ଗତ ବର୍ଷ ‘ମିମି’ ଫିଲ୍ମର ‘Rock A Bye Baby’  ଗୀତ ପାଇଁ ସେ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ କଣ୍ଠଦାନ କରିଥିଲେ।

ଝିଅ, ଭାବି ଜ୍ୱାଇଙ୍କ ସହ ରହମାନ ।

ସୂଚନାଯୋଗ୍ୟ, ଏ.ଆର ରହମାନ ସାଇରା ବାନୁଙ୍କ ୧୯୯୫ ମସିହାରେ ବିବାହ କରିଥିବା ବେଳେ ସେମାନଙ୍କର ସମୁଦାୟ ୩ ସନ୍ତାନ ଅଛନ୍ତି। ସେଥିମଧ୍ୟରୁ ୨ ଝିଅ ଥିବା ବେଳେ ବଡ଼ ଝିଅ ଖତିଜାଙ୍କ ଏନଗେଜମେଣ୍ଟ ସମ୍ପନ୍ନ ହୋଇଛି। ଏହାବାଦ ତାଙ୍କର ରହିମା ରହମାନ ନାମ୍ନୀ ଆଉ ଜଣେ କନ୍ୟା ସନ୍ତାନ ଥିବା ବେଳେ ପୁଅ ଅମିନ ରହମାନ ଜଣେ ମ୍ୟୁଜିସିଆନ ଭାବେ କାମ କରୁଛନ୍ତି।

 

View this post on Instagram

 

A post shared by 786 Khatija Rahman (@khatija.rahman)

The post ସରିଲା ନିର୍ବନ୍ଧ, ଖୁବ୍‌ ଶୀଘ୍ର ବିବାହ କରିବେ ରହମାନଙ୍କ ଝିଅ appeared first on Odisha Reporter.



from Odisha Reporter https://ift.tt/32DxU8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages