ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୫ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 29, 2022

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୫ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ପୁଣିଥରେ ବଡ଼ ସଫଳତା ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ହୋଇଥିବା ଡବଲ ଏନକାଉଣ୍ଟର୍‌ରେ ୫ ଜଣ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କୀ ମୁଣ୍ଡ ଗଡ଼ିଛି। ନିହତ ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦର ସଦସ୍ୟ। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନ ଆତଙ୍କୀ ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କଶ୍ମୀର ଜୋନ ପୁଲିସ୍‌ ଟ୍ୱିଟ କରି ସୂଚନା ଦେଇଛି ଯେ “୧୨ ଘଣ୍ଟା ମଧ୍ୟରେ ହୋଇଥିବା ଟ୍ୱିନ ଏନକାଉଣ୍ଟର୍‌ରେ ପାକିସ୍ତାନ ପ୍ରାୟୋଜିତ ଲସ୍କର ଓ ଜୈଶର ୫ ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜୈଶ କମାଣ୍ଡର ଜାହିଦ ୱାନି ଓ ଆଉ ଜଣେ ପାକିସ୍ତାନୀ ଆତଙ୍କୀ ରହିଛି। ଏହା ଆମ ପାଇଁ ବଡ଼ ସଫଳତା।”

ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସେହିପରି ବଡ଼ଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।


ନିହତ ଜୈଶ କମାଣ୍ଡ ଜାହିଦ ୨୦୧୯ ମସିହା ଫେବୃଆରୀ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ହମଲାରେ ସାମିଲ ଥିଲା। ସେ ଏଠାରେ ଦୀର୍ଘ ବର୍ଷ ହେଲା କାମ କରୁଥିଲା। ତେଣୁ ଏନକାଉଣ୍ଟର୍‌ରେ ସେ ନିହତ ହେବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା।

ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ କୁଲଗାମରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରଥମେ ହମଲା କରିଥିଲେ। ଏଥିରେ ଜଣେ ପୁଲିସ୍‌ କର୍ମୀ ସହିଦ ବି ହୋଇଥିଲେ। ସେହିପରି ପୁଲୱାମା ଜିଲ୍ଲାର ନୈରା ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ ହୋଇଥିଲା। ଏହାପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଜାହିଦ ସମେତ ୪ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ସର୍ଚ୍ଚ ଅପରେସନରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ସାମିଲ ଥିଲେ।

The post ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୫ ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/GJRj1QpeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages