ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ମାସ ପରେ ରାଜ୍ୟରେ ପୁଣି ଥରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୭ ଜଣ ଅଛନ୍ତି।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୪୨୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୭୫ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୫, ସୁନ୍ଦରଗଡ଼ରୁ ୩୮ ଓ ଷ୍ଟେଟ୍ପୁଲ୍ରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୮, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୧୪, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, ପୁରୀରୁ ୧୪, ରାୟଗଡ଼ାରୁ ୪ ଓ ସମ୍ବଲପୁରରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।
୪୨୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୦୭୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରେ ରାଜ୍ୟରେ ଏଯାବତ ୮,୪୬୨ ଜଣଙ୍କ ଜୀବନ ଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୨୭,୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୩୫୧, ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭ ଓ କେରଳରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏଯାବତ ୧୪ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
The post ଦୁଇ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ଶହ ଟପିଲା appeared first on Odisha Reporter.
from Odisha Reporter https://ift.tt/3sPWYmY
No comments:
Post a Comment