ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 2, 2022

ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ଖୋଲିଥା’ନ୍ତା ପ୍ରାଥମିକ ସ୍କୁଲ୍‌। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଯାଇଥା’ନ୍ତେ ସ୍କୁଲ୍‌। କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟକୁ ଆସନ୍ତାକାଲି ଠାରୁ ଖୋଲିବାକୁ ପ୍ରସ୍ତୁତି କରାଯାଉଥିଲା। ବାକି ୩୦୯୩ ବିଦ୍ୟାଳୟ ଜାନୁଆରୀ ୧୦ ତାରିଖରୁ ଖୋଲିଥା’ନ୍ତା। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି। ବିଶେଷ କରି ଗତ ଦୁଇ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି। ଏଭଳି ସମୟରେ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଗତ ଦୁଇ ତିନି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓ ନୋଡାଲ ଅଫିସର ମାନଙ୍କ ରିପୋର୍ଟକୁ ଭିତ୍ତି କରି ସାମୟିକ ଭାବେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।

ସେ କହିଛନ୍ତି ଯେ ଇତିମଧ୍ୟରେ ନୋଡାଲ ଅଫିସର ମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ। ପିଲାମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ଆଣିଥିଲେ। ସ୍କୁଲ୍ ଖୋଲିବା ନେଇ କେହି କେହି ଅଭିଭାବକ ଅସନ୍ତୁଷ୍ଟ ଥିଲେ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପ୍ରାଥମିକ ସ୍କୁଲ୍ ଆସନ୍ତାକାଲି ଠାରୁ ନଖୋଲିଲେ ବି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠପଢ଼ା ଚାଲିଥିଲା ସେମିତି ଚାଲିବ।  ଜାନୁଆରୀ ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ମଧ୍ୟ ହେବ।

ସୂଚନାଯୋଗ୍ୟ, ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଶନିବାର ଆସିଥିବା ରିପୋର୍ଟରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ appeared first on Odisha Reporter.



from Odisha Reporter https://ift.tt/3FOiIU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages