ଜମିଜମା ବିବାଦ ଆଗରେ ତୁଚ୍ଛ ପଡ଼ିଲା ରକ୍ତର ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 28, 2022

ଜମିଜମା ବିବାଦ ଆଗରେ ତୁଚ୍ଛ ପଡ଼ିଲା ରକ୍ତର ସମ୍ପର୍କ

ଉମରକୋଟ(କାର୍ତ୍ତିକ ମଲ୍ଲିକ):  ଜମିଜମା ବିବାଦ ଆଗରେ ତୁଚ୍ଛ ପଡ଼ିଲା ରକ୍ତର ସମ୍ପର୍କ । ଜମି ପାଇଁ ବଡ଼ବାପାର ଜୀବନ ନେବାକୁ ପଛାଇଲା ନାହିଁ ପୁତୁରା । ଏପରି ଅସ୍ୱାଭାବିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ ଘଟିଛି। ଏପରିକି ଏହି ଆକ୍ରମଣରେ  ଅଭିଯୁକ୍ତଙ୍କ ବଡ଼ବାପା ପୁଅ ବି ଗୁରତର ହୋଇଥିବା ଜଣାଯାଇଛି।

ସୂଚନା ମୁତାବକ୍, ବୁର୍ଜା ଗ୍ରାମର ବାଘପାରା ସାହିରେ  ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇ ରୁହନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା ।

ଗତକାଲି ରାତିରେ ଖାଡି ଗଣ୍ଡ ନିଜ ପରିବାର ସହ ଘରେ ଥିବା ସମୟରେ ତାଙ୍କ ସାନ ଭାଇଙ୍କ ଦୁଇ ପୁଅ ହଠାତ୍ ପଶି ଆସିଥିଲେ। ଏହାପରେ ଅତର୍କିତ ଭାବେ ସେମାନେ ଖାଡ଼ିଙ୍କ ପରିବାର ସଦସ୍ୟଙ୍କୁ ଟଙ୍ଗିଆ ଓ  ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ନିଜ ପୁତୁରାର ଟାଙ୍ଗିଆ ଚୋଟରେ ଖାଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ରବିନ୍ଦ୍ର ଗଣ୍ଡଙ୍କ ବାମ କାନ୍ଧ ଓ ଛାତିରେ ଆଘାତ ଲାଗିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ  କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା ଡାକ୍ତର କହିଛନ୍ତି ।

ଖବର ପାଇ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

The post ଜମିଜମା ବିବାଦ ଆଗରେ ତୁଚ୍ଛ ପଡ଼ିଲା ରକ୍ତର ସମ୍ପର୍କ appeared first on Odisha Reporter.



from Odisha Reporter https://bit.ly/3g8w6qY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages