ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି। ବାପା ହେଲେ ଯୁବରାଜ। ଯୁବରାଜଙ୍କ ଅଭିନେତ୍ରୀ ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରି ଫ୍ୟାନ୍ସଙ୍କ ସହ ଖୁସି ବାଣ୍ଟିଛନ୍ତି ଯୁବରାଜ ।
ଯୁବରାଜ ଲେଖିଛନ୍ତି ମୋର ସମସ୍ତ ପ୍ରଶଂସକ, ପରିବାର ତଥା ସମ୍ପର୍କୀୟଙ୍କ ସହ ନିକଟରେ ଏହା ବ୍ୟକ୍ତ କରି ଆମେ ଖୁବ୍ ଖୁସି ଯେ, “ଭଗବାନଙ୍କ ଦୟାରୁ ଆମକୁ ଆଶିର୍ବାଦ ସ୍ୱରୂପ ଏକ ଶିଶୁ ପ୍ରାପ୍ତ ହୋଇଛି। ଆମେ ଆମ ଦୁନିଆରେ ଏହି ଶିଶୁକୁ ସ୍ୱାଗତ କରୁଛୁ। ଏହି ଆଶିର୍ବାଦ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛୁ। ଆମେ ଚାହୁଁଛୁ କି ଆପଣମାନେ ଆମ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ଯୁବରାଜ ଓ ହେଜଲ ତରଫରୁ ଖୁବ୍ ଭଲ ପାଇବା।”
ସୂଚନା ଥାଉକି, ୨୦୧୬ ନଭେମ୍ୱର ୩୦ରେ ଯୁବରାଜ ଓ ହେଜେଲ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ହେଜେଲ ହେଉଛନ୍ତି ବଲିଉଡ ଅଭିନେତ୍ରୀ । ଅନେକ ଗୁଡିଏ ବିଜ୍ଞାପନ ଜରିଆରେ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସଲମାନ ଖାନଙ୍କ ଫିଲ୍ମ ବର୍ଡିଗାର୍ଡରେ ସେ ଦ୍ୱିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ହିନ୍ଦୀ ବାଦ ବହୁ ତେଲଗୁ, ପଞ୍ଜାବୀ ଫିଲ୍ମରେ ବି ସେ ଅଭିନୟ କରିଛନ୍ତି। ଏହାବାଦ ବିଗ୍ ବସ୍ରେ ବି ସେ ଅଂଶଗ୍ରହଣ କରିଥିଲେ।
ଅପରପକ୍ଷେ, ୩୯ ବର୍ଷୀୟ ଯୁବରାଜ ୨୦୧୯ ଜୁନ ୧୦ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ଦେଇଥିଲେ। ୟୁବରାଜ ୩୦୪ ୱାନ ଡେ ଇଣ୍ଟର ନ୍ୟାସନାଲ ମ୍ୟାଚ ଖେଳିଛନ୍ତି। ସେ ୱାନ ଡେ ଇଣ୍ଟରନ୍ୟାସନାଲ ମ୍ୟାଚରେ ସମୁଦାୟ ୧୪ଟି ଶତକ ଓ ୫୨ ହାଫ୍ ସେଞ୍ଚୁରୀ ହାସଲ କରିଛନ୍ତି।
@hazelkeech pic.twitter.com/IK6BnOgfBe
— Yuvraj Singh (@YUVSTRONG12) January 25, 2022
The post ବାପା ହେଲେ ଯୁବରାଜ, କହିଲେ-ଘରକୁ ଆସିଛି ଶିଶୁ ପୁତ୍ର appeared first on Odisha Reporter.
from Odisha Reporter https://ift.tt/32AQe1M
No comments:
Post a Comment