ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 20, 2022

ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍

ମୋହନା(ମିହିର ଯତି): ଗଜପତି ଜିଲ୍ଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ  ଖସି ପଡ଼ିବାରୁ ୧୦ରୁ  ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଚାଳକଙ୍କ ଅବସ୍ଥା  ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଜେରାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ,  ‘ଇସ୍ପାତ’ ନାମକ ବସ୍‌ଟି ଗତକାଲି ରାତିରେ  ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା।  ଗାଡ଼ିଟି ଆଜି ଭୋର ସମୟରେ ରାଶିବାଡ଼ି ଘାଟି ଅତିକ୍ରମ କରୁଥିବା ବେଳେ  ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ବସ୍‌ରେ ୩୦ଜଣ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବସ୍‌ଟି ବ୍ରେକ୍‌ ଫେଲ୍  ହେବାରୁ  ଏପରି  ଦୁର୍ଘଟଣା ଘଟିଥିବା  ସୂଚନା ମିଳିଛି।  ଆଜି ଘନ କୁହୁଡି ହୋଇଥିବା ବେଳେ ଏହା ଦୁର୍ଘଟଣା କାରଣ ହୋଇପାରେ ବୋଲି  ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

The post ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍ appeared first on Odisha Reporter.



from Odisha Reporter https://ift.tt/3fH8h9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages