୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ମାସ୍କ କେତେ ଜରୁରୀ, କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 20, 2022

୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ମାସ୍କ କେତେ ଜରୁରୀ, କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଦେଶବାସୀଙ୍କୁ କଲବଲ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଛି ନୂଆ ସଂଶୋଧିତ ଗାଇଡ଼ଲାଇନ୍‌। ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫ ବର୍ଷ କିମ୍ବା ତା’ଠୁ କମ୍‌ ବୟସର ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି।  ଏହାବାଦ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର।  

ଏହି ବର୍ଗର ପିଲା କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ ପାଇଁ ଷ୍ଟେରୟଡର ଉପଯୋଗ ନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଆଣ୍ଟି ଭାଇରାଲ ବା ମୋନୋକ୍ଲୋନଲ ଆଣ୍ଟିବଡିର ଉପଯୋଗ ନ କରିବାକୁ ମନା କରିଛି ସ୍ୱାସ୍ଥ୍ୟ ବିଭାଗ । ଏପରିକି ଆବଶ୍ୟକ ସ୍ଥଳରେ ଏହାର ଉପଯୋଗ କଲେ ୧୦ରୁ ୧୪ ଦିନ ମଧ୍ୟରେ ଏହାର ଡୋଜ କମାଇବାକୁ ମଧ୍ୟ କୁହାଯାଇଛି।

ଏହାବାଦ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ   ଜାରି ଗାଇଡଲାଇନ୍‌ରେ କୁହାଯାଇଛି, ୬ରୁ ୧୧ ବର୍ଷ ବୟସର ପିଲାମାନେ ଅଭିଭାବକଙ୍କ ତଦାରଖରେ ସୁରକ୍ଷିତ ଉପାୟରେ ମାସ୍କର ବ୍ୟବହାର କରିପାରିବେ।  ଏହାବାଦ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୧୨ ବର୍ଷ  ଓ ତା’ଠୁ ଅଧିକ ବୟସ୍କ ପିଲାଙ୍କୁ ବୟସ୍କଙ୍କ ପରି ମାସ୍କ ପିନ୍ଧିବା ଉଚିତ।

କରୋନାର ତୃତୀୟ ଲହରରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଉଥିବା ବେଳେ ଏଥିଯୋଗୁ ବେଶି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉ ନ ଥିବା କହିଛନ୍ତି  ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ସତର୍କତା ଜରୁରୀ ବୋଲି ଚେତାଇ ଦିଆଯାଇଛି।

The post ୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ମାସ୍କ କେତେ ଜରୁରୀ, କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ appeared first on Odisha Reporter.



from Odisha Reporter https://ift.tt/3qMMYJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages