ମେଡିକାଲରେ ଲାଇନ୍‌ରେ ଛିଡ଼ା ହୋଇଥିଲେ ମହିଳା, ପର୍ସରୁ ଗାଏବ ହୋଇଗଲା ୧୫ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 17, 2022

ମେଡିକାଲରେ ଲାଇନ୍‌ରେ ଛିଡ଼ା ହୋଇଥିଲେ ମହିଳା, ପର୍ସରୁ ଗାଏବ ହୋଇଗଲା ୧୫ ହଜାର

ଭଦ୍ରକ(ପାର୍ଥ ସାରଥୀ ନାୟକ):  କୋଭିଡ ଟେଷ୍ଟ ପାଇଁ ସ୍ୱାମୀଙ୍କ ସହ ଲାଇନ୍‌ରେ ଛିଡ଼ା ହୋଇଥିଲେ ମହିଳା। କୋଭିଡ ରିପୋର୍ଟ ଆସିଲେ ସ୍ୱାମୀଙ୍କର ହେବ ଅପରେସେନ । ଏଥିପାଇଁ ୧୫ ହଜାର ଟଙ୍କା ଯୋଗାଡ଼ ମଧ୍ୟ କରିଥିଲେ। । ହେଲେ କୋଭିଡ ଟେଷ୍ଟ ପାଇଁ ଲାଇନ୍‌ରେ ଛିଡ଼ା ହେବା ସମୟରେ ପତ୍ନୀଙ୍କ ପର୍ସରେ ଥିବା ଉକ୍ତ ଟଙ୍କାକୁ ଲୁଟି ନେଇଛନ୍ତି ଜଣେ ମହିଳା। ଏପରି ଘଟଣା ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଥିବା ବେଳେ  ଏବେ ସ୍ୱାମୀଙ୍କ ଅପରେସନ କିପରି କରିବେ ସେହି ଚିନ୍ତାରେ ମୁଣ୍ଡ ପିଟୁଛନ୍ତି କୌଶଲ୍ୟା ଖାମୁରାଇ ନାମ୍ନୀ ମହିଳା। ଚୋରିର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ପୁଲିସ୍‌ ଏବେ ଲୁଟେରା ମହିଳାଙ୍କୁ ଖୋଜିବା  ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଭବାନିବିନ୍ଧା ଗ୍ରାମର କୌଶଲ୍ୟା ଖାମୁରାଇ ନାମକ ମହିଳା ନିଜର ସ୍ୱାମୀର ଅପରେସନ କରିବା ପାଇଁ covid test କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ଏହି ସମୟରେ ସେ ସ୍ୱାମୀଙ୍କ ସହ ଲାଇନ୍‌ରେ ଛିଡ଼ା ହୋଇଥିଲେ। ହେଲେ ଭିଡର ସୁଯୋଗ ନେଇ ଜଣେ ମହିଳା କୌଶଲ୍ୟାଙ୍କ ପଛପଟେ ଆସି ଛିଡ଼ା ହୋଇଗଲେ। ଏହାପରେ ଅତି ଚତୁରତାର ସହ ତାଙ୍କ ମନିପର୍ସରେ ହାତ ପୁରାଇ ଟଙ୍କା ବଣ୍ଡଲକୁ ବାହାର କରିନେଲେ। ଏହାପରେ ସେଠାରୁ ଚମ୍ପଟ ମାରିଲେ। ସିସିଟିଭିରେ ସମସ୍ତ ଘଟଣା କଏଦ ହୋଇଛି।

ମହିଳାଙ୍କ ପର୍ସରୁ ଆଉ ଜଣେ ମହିଳା ଟଙ୍କା ନେଇ ଯାଉଛନ୍ତି।

କିଛି ସମୟ ପରେ ପର୍ସରେ ଟଙ୍କା ନ ଥିବା ଦେଖି କୌଶଲ୍ୟା ବିଭିନ୍ନ ଆଡ଼େ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଏହାପରେ ଏ ନେଇ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା ବେଳେ ଭଦ୍ରକ ସଦରଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ସିସିଟିଭି ଯାଞ୍ଚରୁ ଜଣେ ମହିଲା ଏହି ଲୁଟ୍‌ ଘଟାଇଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ତାଙ୍କ ସନ୍ଧାନ ଚଳାଇଛି ପୁଲିସ୍‌।

ଅପରପକ୍ଷେ,  ସ୍ୱାମୀ ଯନ୍ତ୍ରଣାରେ ଛଟପଟ ହେଊଥିବା ବେଳେ ପାଖରେ ଟଙ୍କା ନାହିଁ। ତେଣୁ ସ୍ୱାମୀଙ୍କ ଅପରେସନ କିପରି କରିବେ ସେହି ଚିନ୍ତା  କୌଶଲ୍ୟାଙ୍କୁ ଘାରିଛି।

The post ମେଡିକାଲରେ ଲାଇନ୍‌ରେ ଛିଡ଼ା ହୋଇଥିଲେ ମହିଳା, ପର୍ସରୁ ଗାଏବ ହୋଇଗଲା ୧୫ ହଜାର appeared first on Odisha Reporter.



from Odisha Reporter https://ift.tt/3KdMGTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages