ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 3, 2022

ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଫର୍ମ ପୂରଣ ପାଇଁ ଖୁସି ମନରେ ଘରୁ କଲେଜ ବାହାରିଥିଲେ। ଆଉ କିଛି ଦିନ ପରେ ପରିକ୍ଷା ଦେଇଥାନ୍ତେ। ହେଲେ ସବୁ କିଛି ଅଧାରେ ରହିଗଲା। ଘରୁ ମାମୁଁ ଓ ସାନ ଭଉଣୀଙ୍କ ସହ ବାହାରିଥିବା ଛାତ୍ରୀଙ୍କୁ କଲେଜରେ ପହଞ୍ଚିବା ପୂର୍ବରୁ ଚାପି ଦେଲା ଡମ୍ଫର । ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳର ବାଗଡେଗା ଗାଁ ନିକଟ ମୁଖ୍ୟ ମାର୍ଗରେ ଗତକାଲି ଅପରାହ୍ନରେ ଘଟିଛି। ଏହି ଦୁର୍ଘଟଣାରେ  ୧୮ ବର୍ଷୀୟା ଦିଗି ବାସ୍କେ ନାମ୍ନୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭଉଣୀ ରାକ୍ଷୀ ଦିଗି (15 ) ଓ ତାଙ୍କ ମାମୁଁ ଗୋପାଳ ମୁର୍ମୁ ଗୁରୁତର ହୋଇଛନ୍ତି।

ଗତକାଲି, ଦିଗି ବାସ୍କେ, ନିଜ ସାନ ଭଉଣୀ ଓ ମାମୁଁଙ୍କ ସହ ବହଳଦା କଲେଜକୁ ଫର୍ମ ଫିଲଅପ୍‌ କରିବାକୁ ବାଇକ୍‌ ଯୋଗେ ଯାଇଥିଲେ। ମାତ୍ର ବାଗଡେଗା ଗାଁ ନିକଟ ମୁଖ୍ୟ ମାର୍ଗରେ ପଛରୁ ଆସୁଥିବା ଏକ ଡମ୍ଫର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦିଗିଙ୍କ ମୃତ୍ୟୁ ଘଟିଥିଲା ।

  ତାଙ୍କ ସାନ ଭଉଣୀ ରାକ୍ଷୀ ଓ ମାମୁଁ ଗୋପାଳ ମୁର୍ମୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବହଳଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ଡମ୍ଫର ଚାଳକଙ୍କୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି।  ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।

The post ଫର୍ମ ପିଲଅପ୍‌ କରିବାକୁ ଯାଉଥିଲେ ଛାତ୍ରୀ, ଚାପିଦେଲା ଡମ୍ଫର appeared first on Odisha Reporter.



from Odisha Reporter https://ift.tt/3qO6Qei

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages