ମୁମ୍ବାଇ: ଇଣ୍ଟରନେଟ୍ରେ ମୁସଲିମ ମହିଳାଙ୍କ ଫଟୋ ପୋଷ୍ଟ କରି ନିଲାମ ଡାକିବା ଭଳି ଘୃଣ୍ୟ କାମକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ‘ବୁଲ୍ଲି ବାଈ’ ଆପ୍ ମାଧ୍ୟମରେ ଦେଶର ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ଫଟୋକୁ ବିକୃତ କରି ନିଲାମ ପାଇଁ ପୋଷ୍ଟ କରିବା ଘଟଣାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପୂରା ଘଟଣାରେ ମୁମ୍ବାଇ ପୁଲିସ୍ର ସାଇବର ଟିମ୍ ବେଙ୍ଗାଲୁରୁରୁ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇ ଆଣିଛି। ବର୍ତ୍ତମାନ ତାଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ତେଣୁ କେବଳ ଛାତ୍ରଙ୍କ ବୟସ ବ୍ୟତୀତ ଆ କୌଣସି ତଥ୍ୟ ପୁଲିସ୍ ସାର୍ବଜନୀନ କରିନି। ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗିରଫ କରି କୋର୍ଟରେ ହାଜର କରାଯାଇ ପାରେ।
‘ବୁଲ୍ଲି ବାଈ’ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ଅଜଣା ଅପରାଧୀଙ୍କ ବିରୋଧରେ ଆଇପିସି ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦେଶର ବିଭିନ୍ନ ସ୍ଥାନରେ ମୁସଲିମ ମହିଳାମାନେ ‘ବୁଲ୍ଲି ବାଈ’ ଆପ୍ ବିରୋଧରେ ପୁଲିସ୍ରେ ଅଭିଯୋଗ କରିଛନ୍ତି। ସବୁଆଡ଼େ ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୁଲିସ୍ ପ୍ରଥମଥର ପାଇଁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କାବୁ କରିଛି।
ଗୀତା ହବ୍ ପ୍ଲାଟଫର୍ମ ଦ୍ୱାରା ‘ବୁଲ୍ଲି ବାଈ’ ଆପ୍ ତିଆରି କରାଯାଇଥିଲା। ଏଥିରେ ମୁସଲିମ ମହିଳାଙ୍କ ଫଟୋକୁ ପୋଷ୍ଟ କରି ନିଲାମ ଡାକିବାକୁ କୁହାଯାଉଥିଲା। ଅନେକ ରେଡିଓ ଜକି, ସମାଜିକ କର୍ମୀ ଓ ସାମ୍ବାଦିକଙ୍କ ବିକୃତ ଫଟୋ ମଧ୍ୟ ଏହି ଆପରେ ପୋଷ୍ଟ କରାଯାଇଛି।
୧୦୦ରୁ ଅଧିକ ମୁସଲିମ ମହିଳାଙ୍କ ଫଟୋ ଏଥିରେ ଥିବା ଜଣାପଡ଼ିବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ପୁଲିସ୍ କେବଳ ଏଫଆଇଆର ରୁଜୁ କରି ବସି ଯାଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଟୁଇଟ୍ କରି କହିଥିଲେ ଯେ “ଦିଲ୍ଲୀ ଓ ମୁମ୍ବାଇ ପୁଲିସ ସହ ଭାରତ ସରକାର ସମନ୍ୱୟ ରକ୍ଷା କରି କାମ କରୁଛନ୍ତି। ଏଥିସହ ଗୀତା ହବ ମଧ୍ୟ ଉକ୍ତ ଆପ୍କୁ ବ୍ଲକ କରି ସାରିଛି।”
ଏସବୁ ଭିତରେ ମୁମ୍ବାଇ ପୁଲିସ୍ ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ବେଙ୍ଗାଲୁରୁ କାବୁ କରାଯିବା ପରେ ମୁମ୍ବାଇ ଅଣାଯାଇଛି। ‘ବୁଲ୍ଲି ବାଈ’କୁ ଅନୁସରଣ କରୁଥିବା ୫ ଜଣଙ୍କ ମଧ୍ୟରେ ଏହି ୨୧ ବର୍ଷୀୟ ଛାତ୍ର ଜଣଙ୍କ ରହିଥିଲେ। ତେଣୁ ତାଙ୍କ ଭୂମିକା ସମ୍ପର୍କରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। କେଉଁ ଉଦ୍ଦେଶ୍ୟରେ ଆପ୍ ତିଆରି ହୋଇଥିଲା ଓ ଏହା ପଛରେ କେଉଁମାନେ ସବୁ ରହିଛନ୍ତି, ସେକଥା ଜାଣିବା ଏବେ ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ। ଏଥିରେ ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ବିକୃତ ଫଟୋ ଅପଲୋଡ କରାଯାଉଛି। ସୁଲ୍ଲି ଡିଲସ୍ ଓ ଜିଟ୍ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ପରେ ବୁଲ୍ଲି ବାଈରେ ଅପଲୋଡ କରାଯାଉଛି। ବିବାଦ ପରେ ଉକ୍ତ ଆପ୍କୁ ବ୍ୟାନ୍ କରାଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରିଛି।
The post ‘ବୁଲ୍ଲି ବାଈ’ ମାମଲା: ଇଞ୍ଜନିୟରିଂ ଛାତ୍ରଙ୍କୁ ଉଠାଇ ଆଣିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3eTRU8R
No comments:
Post a Comment