ନୂଆଦିଲ୍ଲୀ: କରୋନା ଭାଙ୍ଗିଲା ୮ ମାସର ରେକର୍ଡ। ୮ ମାସ ପରେ ବୁଧବାର ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଥିଲା। ତୃତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ ମାମଲା ୩ ଲକ୍ଷ ପାର କରିଛି।
କରୋନାର ତୃତୀୟ ଲହର ଆସିବା ପରଠୁ ଏହି ଅଙ୍କ ଛୁଇଁବାକୁ କେବଳ ୨୩ ଦିନ ଲାଗିଥିଲା। କିନ୍ତୁ ଦ୍ୱିତୀୟ ଲହରରେ ଏହି ଅଙ୍କ ଛୁଇଁବାକୁ ପ୍ରାୟ ୬୦ ଦିନ ଲାଗି ଯାଇଥିଲା। ଗତକାଲିଠାରୁ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।
ବୁଧବାର ଏହି ମାମଲା ୩ ଲକ୍ଷ ପାର କରିଥିବା ବେଳେ ଏହା ପୂର୍ବ ସପ୍ତାହ ତୁଳନାରେ ୨୭% ଅଧିକ ରହିଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩.୮ କୋଟି ଛୁଇଁଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୧୮.୯ ଲକ୍ଷ ପାର୍ କରି ସାରିଛି।
ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ କରୋନା ଦ୍ୱାରା ପ୍ରଭାବିତ ଦ୍ୱିତୀୟ ରାଷ୍ଟ୍ର। ୧୭ ଜାନୁୟାରୀରୁ ଏ ଯାବତ ଦେଶରେ ୮.୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଅନ୍ତରାଷ୍ଟ୍ରୀୟ ଡାଟାରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀରେ ଭାରତ ଓ ଆମେରିକାକୁ ବାଦ ଦେଇ ଆର୍ଜେଣ୍ଟିନା ଏପରି ଦେଶ ଥିଲା ଯେଉଁଠାରେ ଦୈନିକ ଲକ୍ଷେରୁ ଅଧିକ ମାମଲା ରୁଜୁ ହେଉଥିଲା।
The post କରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3KpXgHI
No comments:
Post a Comment