ଗତ ୨୪ ଘଣ୍ଟାରେ ୧୦,୩୬୮ ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 19, 2022

ଗତ ୨୪ ଘଣ୍ଟାରେ ୧୦,୩୬୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୯୦ ଜଣ ଅଛନ୍ତି। ୧୦,୩୬୮ ଜଣଙ୍କ ମଧ୍ୟରୁ ୬୦୧୫, ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୫୩ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୦୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୫୦୫, କଟକରୁ ୯୪୦, ଷ୍ଟେଟପୁଲରୁ ୬୬୪, ବାଲେଶ୍ୱରରୁ ୩୦୪, ଯାଜପୁରରୁ ୨୯୦, ବଲାଙ୍ଗିରରୁ ୨୫୩,ସମ୍ବଲପୁରରୁ ୨୪୭, ରାୟଗଡ଼ାରୁ ୨୦୮, କୋରାପୁଟରୁ ୨୦୨, ନୂଆପଡ଼ାରୁ୧୯୬, କଳାହାଣ୍ଡିରୁ ୧୯୪, ସୁବର୍ଣ୍ଣପୁରରୁ ୧୮୦, ଜଗତସିଂହପୁରରୁ ୧୬୫, ମୟୂରଭଞ୍ଜରୁ ୧୬୫ ଓ ନବରଙ୍ଗପୁରରୁ ୧୬୨ ଜଣ  କରୋନା ଆକାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୩୬,ବରଗଡ଼ ୧୫୨, ଭଦ୍ରକ ୧୨୯, ବୌଦ୍ଧ ୭୬, ଦେବଗଡ଼ ୭୮, ଢେଙ୍କାନାଳ ୮୩, ଗଜପତି ୧୦୦,ଗଞ୍ଜାମ ୮୭, ଝାରସୁଗୁଡ଼ା ୧୫୭, କନ୍ଧମାଳ ୮୩, କେନ୍ଦ୍ରାପଡ଼ା ୧୦୬, କେନ୍ଦୁଝର ୧୨୩,ମାଲଗାନଗିରି ୫୮, ନୟାଗଡ଼ ୧୪୯, ପୁରୀ ୧୪୦ ଓ ସୋନପୁର ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮୦୫୬୨  ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୮୩୪୬ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ସାତ   ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଅଡିଟ୍ ପ୍ରୋସେସରେ ଆଉ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ  ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

The post ଗତ ୨୪ ଘଣ୍ଟାରେ ୧୦,୩୬୮ ପଜିଟିଭ୍ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3AfHRoA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages