ସୋନପୁର(ରବୀନ୍ଦ୍ର ହୋତା):ବ୍ରିଜ ବାଡ଼ାରେ ରାତି ସାରା ଝୁଲି ରହିଲା ଟ୍ରକ୍। ଡ୍ରାଇଭର, ହେଲପର ଅଳ୍ପକେ ରକ୍ଷା ପାଇଯାଇଥିଲେ ବି ଟ୍ରକ୍କୁ କିପରି ଉଦ୍ଧାର କରାଯିବ ତାକୁ ନେଇ ଲାଗି ରହିଥିଲା ତନାଘନା। ଗତ ରାତି ସାରା ଟ୍ରକ୍ଟି ବ୍ରିଜ ବାଡ଼ାରେ ଝୁଲି ରହିଥିବା ବେଳେ ଆଜି ତାକୁ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରିଛି ପୁଲିସ୍ । ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବୌଦ୍ଧଜିଲ୍ଲା ମନମୁଣ୍ଡା ତେଲନଦୀ ସେତୁରେ ଘଟିଥିଲା।
ଗତକାଲି ବିଳମ୍ବିତ ରାତିରେ ଏକ ଟମାଟୋ ବୋଝେଇ ଗାଡି,ରାୟପୁରରୁ ବୁଗୁଡା ଯିବା ସମୟରେ ବ୍ରିଜ ମଝିରେ ବାଡ଼ାରେ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲିରହିଥିଲା। । ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ହୋଇଥିଲା। ଆଜି ସକାଳେ କ୍ରେନ ସାହାଯ୍ୟରେ ଟ୍ରକକୁ ଉଦ୍ଧାର କରାଯାଇଥିଲା। ଡ୍ରାଇଭର ଓ ହେଲପରଙ୍କର କୌଣସି କ୍ଷତି ହୋଇନାହିଁ।।
ମନମୁଣ୍ଡା ଆଇଆଇସି ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍ ଘଟଣାପରଠାରୁ ଗାଡି ପାଖରେ ଜଗି ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲା।
The post ବ୍ରିଜ ବାଡ଼ାରେ ଝୁଲିଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3t7M38h
No comments:
Post a Comment