ରାଜ୍ୟରେ କରୋନାର ଲମ୍ବା ଡିଆଁ, ଚିହ୍ନଟ ହେଲେ ୩୬୭୯ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ରାଜ୍ୟରେ କରୋନାର ଲମ୍ବା ଡିଆଁ, ଚିହ୍ନଟ ହେଲେ ୩୬୭୯ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାର ଲମ୍ବା ଡିଆଁ।  କିଛି ମାସର ବ୍ୟବଧାନ ପରେ ରାଜ୍ୟରେ ତିନି ହଜାର ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୧୪୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୫୩୧। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୮୨, ସମ୍ବଲପୁରରୁ ୩୭୨, କଟକରୁ ୩୧୦, ଷ୍ଟେଟ୍ ପୁଲରୁ ୨୮୯, ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୮, ଅନୁଗୋଳ ୫୫ରୁ, ବରଗଡ଼ରୁ ୪୮, କେନ୍ଦୁଝର ଓ ନବରଙ୍ଗପୁରରୁ ୪୪ ଲେଖାଏଁ  ଓ ଗଞ୍ଜାମରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ବାଲେଶ୍ୱର ୧୪, ଭଦ୍ରକ ୧୮, ବଲାଙ୍ଗିର ୩୫, ବୌଦ୍ଧ ୨, ଦେବଗଡ଼ ୨୦, ଢେଙ୍କାନାଳ ୫, ଗଜପତି ୧୫, ଜଗତସିଂହପୁର ୧୭,କଳାହାଣ୍ଡି ୧୩, କନ୍ଧମାଳ ୬,କେନ୍ଦ୍ରାପଡ଼ା ୧୦, କୋରାପୁଟ ୩୬,ନୟାଗଡ଼ ୧୦, ନୂଆପଡ଼ା ୨୩, ରାୟଗଡ଼ା୨୧ ଓ ସୋନପୁରରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ ପହଞ୍ଚିଥିବା ବେଳେ ୧୦,୪୫,୯୭୧ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୧୧୬୬୩।

The post ରାଜ୍ୟରେ କରୋନାର ଲମ୍ବା ଡିଆଁ, ଚିହ୍ନଟ ହେଲେ ୩୬୭୯ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/3JTXarF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages