ପୁଣି ବଢ଼ିଲା ସଂକ୍ରମଣ: ଦିନକରେ ପ୍ରାୟ ୯୧ ହଜାର ଆକ୍ରାନ୍ତ, ଓମିକ୍ରନ ସଂଖ୍ୟା ୨୬ଶହ ପାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 6, 2022

ପୁଣି ବଢ଼ିଲା ସଂକ୍ରମଣ: ଦିନକରେ ପ୍ରାୟ ୯୧ ହଜାର ଆକ୍ରାନ୍ତ, ଓମିକ୍ରନ ସଂଖ୍ୟା ୨୬ଶହ ପାର୍

ନୂଆଦିଲ୍ଲୀ: ଦେଶରେ ଘାଇଁଘାଇଁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବୁଧବାର ଦୈନିକ ସଂକ୍ରମଣ ୫୮ ହଜାର ଥିବା ବେଳେ ଆଜି ଏହା ୯୧ ହଜାରରେ ପହଞ୍ଚିଛି ଯାଇଛି। ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନ ଅପେକ୍ଷା ୩୨ ହଜାର ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଜିଟିଭିଟି ରେଟ୍‌ ମଧ୍ୟ ୬% ପାର କରିଛି।

ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଲମ୍ବ ଡିଆଁ ମାରିଛି। ଦିନକରେ ୪୯୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୦ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୯୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ପଛକୁ ଦିଲ୍ଲୀରେ ୪୬୫, ରାଜସ୍ଥାନରେ ୨୩୬, କେରଳର ୨୩୪ ଓ କର୍ଣ୍ଣାଟକାରେ ୨୨୬ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏହାବାଦ ଗୁଜରାଟରେ ୨୦୪, ତାମିଲନାଡୁରେ ୧୨୧, ତେଲେଙ୍ଗାନାରେ ୯୪, ହରିଆଣାରେ ୭୧ ଓ ଓଡ଼ିଶାରେ ୬୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଦ୍ୱାରା ପ୍ରଭାବିତ ଟପ୍‌ ୧୦ରେ ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକ ରହିଛନ୍ତି। ବର୍ତ୍ତମାନ ଦେଶର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ, ତା’ର କାୟା ବିସ୍ତାର କରି ସାଣିଲାଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୯୦,୯୨୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୫୮,୦୯୭ ଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ୩୭,୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ବୁଧବାର ତୁଳନାରେ ଆଜି ସଂକ୍ରମଣ ହାର ୫୬.୫% ଅଧିକ। ବୁଧବାର ଅପେକ୍ଷା ଗୁରୁବାର ପ୍ରାୟ ୩୨ ହଜାର ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୧,୦୯,୨୮୬କୁ ବୃଦ୍ଧି ପାଇଛି। ଦେଶର ପଜିଟିଭିଟି ରେଟ ୬.୪୩%କୁ ବଢ଼ିଛି। ସେହିପରି ଦିନକରେ କରୋନା ଆଉ ୩୨୫ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୨,୮୭୬ରେ ପହଞ୍ଚି ଯାଇଛି।

୨୪ ଘଣ୍ଟା ମଧ୍ୟରେ ୧୯,୨୦୬ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୪୧,୦୦୯ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୮୫,୪୦୧ ରହିଛି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୭୧,୩୯୭ ବୃଦ୍ଧି ପାଇଛି।

The post ପୁଣି ବଢ଼ିଲା ସଂକ୍ରମଣ: ଦିନକରେ ପ୍ରାୟ ୯୧ ହଜାର ଆକ୍ରାନ୍ତ, ଓମିକ୍ରନ ସଂଖ୍ୟା ୨୬ଶହ ପାର୍ appeared first on Odisha Reporter.



from Odisha Reporter https://ift.tt/3qSdTCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages