ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥାଏ। ବିଶେଷ କରି ସମସ୍ତଙ୍କ ଠାକୁର ଘରେ ଶଙ୍ଖ ଥାଏ। ଆଉ କେହି କେହି ଶୋ’ କେସ୍ରେ ବିଭିନ୍ନ ପ୍ରକାରର ଶଙ୍ଖକୁ ସଜାଇ ରଖିଥା’ନ୍ତି। ତେବେ ଜାଣନ୍ତି, ଶଙ୍ଖ ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ। ତେବେ କେଉଁ ଶଙ୍ଖକୁ ଘରର କେଉଁଠି ରଖିଲେ ବାସ୍ତୁଦୋଷ ନଷ୍ଟ ହୁଏ, ସେ ନେଇ କିଛି ପରାମର୍ଶ ଦେଇଛନ୍ତି ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା। ତା’ସହିତ କେଉଁ ଶଙ୍ଖ ପୂଜା କରି କେଉଁଠି ରଖିଲେ ଧନପ୍ରାପ୍ତି ହୁଏ, ସେ ସଂପର୍କରେ ବି ସେ କହିଛନ୍ତି।
ବାସ୍ତୁଦୋଷ ଦୂର ପାଇଁ
- ଦକ୍ଷିଣାବର୍ତ୍ତି ଶଙ୍ଖକୁ ପଞ୍ଚ ଉପଚାରରେ ପୂଜାକରି ଗୃହର ଐଶାନ୍ୟ କୋଣରେ ସ୍ଥାପନ କଲେ ବାସ୍ତୁ ଦୋଷ ନଷ୍ଟ ହୋଇଥାଏ।
- ଗୋମୁଖ ଶଙ୍ଖକୁ ଘରର ବ୍ରହ୍ମସ୍ଥାନରେ ରଖିଲେ ବାସ୍ତୁ ଦୋଷ ନଷ୍ଟ ହୋଇଥାଏ।
- ବାମାବର୍ତ୍ତି ଶଙ୍ଖରେ ରାତିରେ ଜଳରଖି ସକାଳୁ ଘରେ ସିଞ୍ଚନ କରନ୍ତୁ। ଏହା ଦ୍ୱାରା ଗୃହରୁ ଜୀବାଣୁ ନଷ୍ଟ ହେବା ସହିତ ନକାରାତ୍ମକ ଶକ୍ତି ଦୂରେଇ ଯଇଥାଏ।
- ଗଣେଶ ଶଙ୍ଖକୁ ବିଧିବିଧାନରେ ପୂଜାକଲେ ଘରେ ଭୌତିକ ବାଧାରୁ ମୁକ୍ତ ହୋଇଥାଏ।
କେଉଁ ଶଙ୍ଖ ପୂଜା କଲେ ଧନ ପ୍ରାପ୍ତି ହୁଏ
- ମୋତି ଶଙ୍ଖକୁ ଶୁକ୍ଳପକ୍ଷ ପ୍ରଥମ ସୋମବାର ବା ଶୁକ୍ରବାର ଦିନ ପ୍ରତିଷ୍ଠା କରି ‘ଓଁ ଆମ୍ ହୀଂ କ୍ରୀଂ ନାଦେଶ୍ୱରାୟ ଧନମ୍ ଦେହି ଦେହି ସ୍ୱାହାଃ’ ମନ୍ତ୍ରକୁ ସିଦ୍ଧିକଲେ ଧନ ପ୍ରାପ୍ତି ହୋଇଥାଏ।
- ଦକ୍ଷିଣାବର୍ତ୍ତି ଶଙ୍ଖକୁ ଶୁକ୍ଳପକ୍ଷ ପ୍ରଥମ ଶୁକ୍ରବାର ପୂଜା କରି ଧନ ରଖୁଥିବା ସ୍ଥାନରେ ରଖିଲେ ଧନ ବୃଦ୍ଧି ହୋଇଥାଏ।
- ଗଣେଶ ଶଙ୍ଖକୁ ବିଧିବିଧାନରେ ପୂଜାକରି ଶୁକ୍ଳପକ୍ଷ ମଙ୍ଗଳବାର ଧନ ରଖୁଥିବା ସ୍ଥାନରେ ରଖିଲେ ଧନ ବୃଦ୍ଧି ହୋଇଥାଏ।
The post ଶଙ୍ଖ ଦ୍ୱାରେ କେମିତି ଦୂର କରିବେ ବାସ୍ତୁଦୋଷ? କେଉଁ ଶଙ୍ଖ ପୂଜା କଲେ ହୁଏ ଧନପ୍ରାପ୍ତି? appeared first on Odisha Reporter.
from Odisha Reporter https://ift.tt/3qDm6KZ
No comments:
Post a Comment