୩୦୦ ଟଙ୍କାରେ ବନ୍ଧା ପକାଉଥିଲେ ଚୋରା ଗାଡ଼ି, ଶେଷରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 20, 2022

୩୦୦ ଟଙ୍କାରେ ବନ୍ଧା ପକାଉଥିଲେ ଚୋରା ଗାଡ଼ି, ଶେଷରେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାଗ ମାଛ ଦରରେ ବନ୍ଧା ପଡ଼ୁଥିଲା ଚୋରା ଗାଡ଼ି। ଏପରିକି ଖାଇବା ଟଙ୍କା ଦେଇ ନ ପାରିଲେ ଚୋରି ବାଇକ୍‌କୁ ୩୦୦ ଟଙ୍କାରେ ବନ୍ଧା ପକାଇବାକୁ ପଛାଉ ନ ଥିଲେ ଲୁଟେରା ଗ୍ୟାଙ୍ଗ । ଖଣ୍ଡଗିରି ପୁଲିସ ହାତରେ ଧରା ପଡ଼ିଥିବା ୨ ପେସାଦାର ବାଇକ୍‌ ଚୋର ଏପରି ଖୁଲାସା କରିଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୯ଟି ବାଇକ୍‌।

ସୂଚନା ଅନୁଯାୟୀ, ଦାଶରଥି ଦଳେଇ, ଅଜିତ ନାମକ ୨  କୁଖ୍ୟାତ ବାଇକ୍‌ ଚୋର ମୁଖ୍ୟତଃ  ଖଣ୍ଡଗିରି ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ଏପରିକି ବାଇକ୍‌ ମାଲିକ ଗାଡ଼ି ରଖି କୁଆଡ଼େ ଯାଇଥିବା ବେଳେ ସେମାନେ ଗାଡ଼ି ଧରି ଚମ୍ପଟ ମାରୁଥିଲେ। ଜଗବନ୍ଧୁ ଦାସ ନାମକ ବ୍ୟକ୍ତିଙ୍କ ବାଇକ୍‌ ଚୋରି ହୋଇଥିବା ବେଳେ ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ଜଗତ ଗାଡ଼ି ।

ଶେଷରେ ପୁଲିସ୍‌  ଦାଶରଥି ଓ ଅଜିତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଜବତ କରିଛି।  ଚୋରି ଗାଡିଗୁଡିକୁ ଟାଙ୍ଗୀ, ଚାନ୍ଦପୁରରେ ବିକ୍ରି କରୁଥିବା ପୁଲିସ୍‌ ଆଗରେ କହିଛନ୍ତି ୨ ଲୁଟେରା। ଜବତ ଗାଡିର ମାଲିକଙ୍କୁ ଠାବ କରାଯାଇ ସେମାନଙ୍କୁ ଗାଡ଼ି ହସ୍ତାନ୍ତର କରାଯାଇଛି।

The post ୩୦୦ ଟଙ୍କାରେ ବନ୍ଧା ପକାଉଥିଲେ ଚୋରା ଗାଡ଼ି, ଶେଷରେ… appeared first on Odisha Reporter.



from Odisha Reporter https://ift.tt/3fJsX0t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages