ଆବଶ୍ୟକ ସାମଗ୍ରୀ: ଗାଜର, ପୋଟଳ, ବିମ୍ସ, ଫୁଲ କୋବି, ଆଳୁ, ବେସନ, ଚାଉଳ ଗୁଣ୍ଡ, ଧଳା ରାଶି, ଗରମ ମସଲା, ହଳଦୀ ଗୁଣ୍ଡ, କାଶ୍ମୀର ଚିଲି ଓ ଚାଟ ମସଲା, ଛେଚା ଅଦା, କଞ୍ଚା ଲଙ୍କା ଓ ଲୁଣ
ପ୍ରସ୍ତୁତ ପ୍ରଣାଳୀ: ଫିଙ୍ଗର ଚିପ୍ସ ତିଆରି କରିବାକୁ ହେଲେ କିଛି ଗାଜର, ପୋଟଳ, ବିମ୍ସ, ଫୁଲ କୋବି ଓ ଆଳୁ ଆଣନ୍ତୁ। ତାକୁ ଲମ୍ବା ଲମ୍ବା କରି କାଟି ଧୋଇ ଏକ ବଡ଼ ପାତ୍ରରେ ରଖନ୍ତୁ।
ପରେ ସେଥିରେ ଅଳ୍ପ ବେସନ, ଚାଉଳ ଗୁଣ୍ଡ, ଧଳା ରାଶି, ଗରମ ମସଲା, ହଳଦୀ ଗୁଣ୍ଡ, କାଶ୍ମୀର ଚିଲି ଓ ଚାଟ ମସଲା ପକାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ। ଯେମିତି ତାହା ପାଣିଆ ନ ହେବ। ପରେ ଛେଚା ଅଦା, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ସେଥିରେ ମସଲା ଗୋଳା ପରିବାକୁ ପକାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ତାକୁ ଛାଣନ୍ତୁ। ମଝିରେ ମଝିରେ ତାକୁ ଓଲଟାଇ ଦିଅନ୍ତୁ। ଏହା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୁଡ଼ୁମୁଡିଆ ଫିଙ୍ଗର ଚିପ୍ସ।
The post କୁଡ଼ୁମୁଡିଆ ଫିଙ୍ଗର ଚିପ୍ସ appeared first on Odisha Reporter.
from Odisha Reporter https://ift.tt/3ImbYgZ
No comments:
Post a Comment