କରୋନାରେ ଆଖି ବୁଜିଲେ ଅଭିନେତା ଶାହିର ଶେଖଙ୍କ ପିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 19, 2022

କରୋନାରେ ଆଖି ବୁଜିଲେ ଅଭିନେତା ଶାହିର ଶେଖଙ୍କ ପିତା

ମୁମ୍ବାଇ: କରୋନାରେ ଆଖି ବୁଜିଲେ ପପୁଲାର ଟିଭି ଆକ୍ଟର ଶାହିର ଶେଖଙ୍କ ପିତା । କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ଶାହିରଙ୍କ ପିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ଶାହିର କିଛି ସୂଚନା ଦେଇ ନଥିବା ବେଳେ ତାଙ୍କ ବନ୍ଧୁ ଆଲି ଗିନ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

‘ୟେ ରିସ୍ତା କ୍ୟା କେହଲାତା ହେ’ ଓ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ରେ ଅଭିନୟ କରି ବେଶ୍‌ ପପୁଲାର ହୋଇଥିବା ଶାହିର ଶେଖ କିଛି ଦିନ ପୂର୍ବେ  ଟ୍ୱିଟ କରି ତାଙ୍କ ପିତାଙ୍କ ଅବସ୍ଥା ଗୁରୁତର ଥିବା ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ।  ଗୁରୁତର ଇନଫେକ୍ସନ ଯୋଗୁ ତାଙ୍କ ଅବସ୍ଥା ସାଂଘାତିକ ଥିବା ଓ ସେ ଭେଣ୍ଟିଲେଟରରେ ଥିବା ଜଣାଇଥିଲେ। ଏପରିକି ତାଙ୍କ ପିତାଙ୍କ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଫ୍ୟାନ୍ସଙ୍କୁ ଗୁହାରି କରିଥିଲେ।

ପରିବାର ସହ ଶାହିର ଶେଖ୍‌।

କିନ୍ତୁ ଗତକାଲି ଅଲି ଗିନ ଟ୍ୱିଟ କରି ଶାହିରଙ୍କ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଏପରିକି ଏପରି ଦୁଃଖ ସମୟରେ ସେ ଶାହିରଙ୍କ ମନୋବଳ ବଢ଼ାଇବା ସହ ତାଙ୍କ ପିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଆଲି ଗିନଙ୍କ ଟ୍ୱିଟ ଯୋଗୁ ଶାହିରଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏପରି ସମୟରେ ସେମାନେ ତାଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। ଏପରି ଦୁଃଖ ସମୟରେ ଆଲ୍ଲା ତାଙ୍କୁ ସହାୟ ହୁଅନ୍ତୁ ବୋଲି ଜଣେ ୟୁଜର ଲେଖିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, କିଛି ମାସ ପୂର୍ବେ କୋଭିଡ ଯୋଗୁ ମୁଁ ମୋ ପିତାଙ୍କୁ ହରାଇଥିଲି। ତେଣୁ ଏ କଷ୍ଟକୁ ମୁଁ ଅନୁଭବ କରିପାରୁଛି। ଆପଣଙ୍କ ପିତା ଏବେ ଅଲ୍ଲାଙ୍କ ପାଖକୁ ଚାଲିଗଲେ। ସେ ସବୁବେଳେ ଆପଣଙ୍କ ପାଖରେ ରହିବେ। ଆପଣ ମା’ଙ୍କ ଯତ୍ନ ନିଅନ୍ତୁ।

The post କରୋନାରେ ଆଖି ବୁଜିଲେ ଅଭିନେତା ଶାହିର ଶେଖଙ୍କ ପିତା appeared first on Odisha Reporter.



from Odisha Reporter https://ift.tt/3fGnHdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages