ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି।
୧୦,୦୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୫,୮୩୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪,୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୧୮୮ ଜଣ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରୁ ୧,୩୪୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ଅନୁଗୋଳରୁ ୪୬, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୭୬, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୫, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୫୦, ଗଜପତିରୁ ୮୨, ଗଞ୍ଜାମରୁ ୧୫୪, ଜଗତସିଂହପୁରରୁ ୧୪୨, ଯାଜପୁରରୁ ୨୧୨, ଝାରସୁଗୁଡ଼ାରୁ ୨୧୯, କଳାହାଣ୍ଡିରୁ ୧୨୩, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୯, କୋରାପୁଟରୁ ୧୫୫, ମାଲକାନଗିରିରୁ ୧୭, ନବରଙ୍ଗପୁରରୁ ୧୨୨, ନୟାଗଡ଼ରୁ ୧୦୨, ନୂଆପଡ଼ାରୁ ୬୬, ପୁରୀରୁ ୨୭୨, ରାୟଗଡ଼ାରୁ ୧୩୧ ଓ ସୋନପୁରରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି।
ନୂଆ ୧୦,୦୫୯ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୦୧,୬୦୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୪୮,୭୩୨ ଜଣ ସୁସ୍ଥ ହୋଇସାରିଲେଣି। ୪୪,୩୪୯ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୭୨କୁ ବୃଦ୍ଧି ପାଇଛି।
ସେହିଭଳି ଦେଶରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୭ ହଜାର ୪୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେଶରେ ଏଯାବତ୍ ୫,୪୮୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଡେଇଁଲା appeared first on Odisha Reporter.
from Odisha Reporter https://ift.tt/3Kigijg
No comments:
Post a Comment