ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ରୋକିବା ପାଇଁ କହିଥିଲେ ଚନ୍ନି: ହରିୟାଣା ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 12, 2022

ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ରୋକିବା ପାଇଁ କହିଥିଲେ ଚନ୍ନି: ହରିୟାଣା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ କମୁନି ଚର୍ଚ୍ଚା। ଥମୁନି ରାଜନୀତି। ଆରରୋପ-ପ୍ରତ୍ୟାରୋପ ସାଙ୍ଗକୁ ଦିନ ଦିନ ମାମଲା ଭିନ୍ନ ଭିନ୍ନ ମୋଡ଼ ନେଉଛି। ଘଟଣାକୁ ନେଇ  ବିଜେପି ଓ କଂଗ୍ରେସ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ଏହି କ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଧାନମନ୍ତ୍ରୀଙ୍କୁ ବିପଦରେ ପକାଯାଇଥିଲା ବୋଲି କହିଛନ୍ତି। ଏଥିପାଇଁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚରଣଜିତ ସିଂ ଚନ୍ନିଙ୍କୁ ଦାୟୀ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏହି ରାଲିରେ ଯୋଗଦେବାକୁ ଜାଣିଶୁଣି ଅଟକାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।  ସେ କହିଛନ୍ତି ଯେ, ପଞ୍ଜାବ ସିଆଇଡି ମଧ୍ୟ ପାଗ ଖରାପ ଥିବାରୁ ବିକଳ୍ପ ରାସ୍ତାର ବ୍ୟବସ୍ତାର କରିବାକୁ ପଡ଼ିପାରେ ବୋଲି ଅବଗତ କରିଥିଲା।

ଖଟ୍ଟର କହିଛନ୍ତି ଯେ, ବ୍ୟବସ୍ଥା କରିବାତ ଦୂରର କଥା ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କେମିତି ରୋକାଯିବ ସେନେଇ ପଞ୍ଜାବ ସରକାର ଚାଷୀନେତାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏମିତି କରି ସରକାର ମୋଦିଙ୍କ ଜୀବନକୁ ବିପଦରେ ପକାଇଥିଲେ ବୋଲି ସେ କହିଛନ୍ତି।  ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଅଭିଯୋଗ ଆଣି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଉଚିତ ବୋଲି କହିଛନ୍ତି । ସେହିପରି ଗୁଜରାଟ ବିଜେପି ସଭାପତି ସିଆର ପାଟିଲ କଂଗ୍ରେସକୁ କ୍ଷମା ମାଗିବା ପାଇଁ  ଦାବି କରିଛନ୍ତି।  ଦେଶର ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଲିରେ ଯୋଗଦେବାକୁ ଅଟକାଇ ଦିଆଯାଇଥିବା ପାଟିଲ ଅଭିଯୋଗ କରିଛନ୍ତି।

ଏହା ପ୍ରକୃତରେ ଗୁରୁତର ବିଷୟ। ଏହିଘଟଣାରରେ କଂଗ୍ରେସ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ। ଏନ୍‌ଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର ଏଡିଜିପି ସିକ୍ୟୁରିଟି ଏହି କମିଟିର ସଦସ୍ୟ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକେଡକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଆଗକୁ ବଢିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

The post ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ରୋକିବା ପାଇଁ କହିଥିଲେ ଚନ୍ନି: ହରିୟାଣା ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3GnJBhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages